ଲାଞ୍ଚ ନେବା ଅଭିଯୋଗରେ ନିଲମ୍ୱିତ ହେଲେ ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେବା ଅଭିଯୋଗରେ ଲରମ୍ଭା ବନବିଭାଗର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ବଲାଙ୍ଗିର ଡି.ଏଫ.ଓ ନୀତିଶ କୁମାର ନିଲମ୍ୱିତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଭରତବାହାଲ ଗାଁର କରୁଣାକର ମିଶ୍ରଙ୍କ ସିଜ ହୋଇଥିବା ଟ୍ରାକ୍ଟରକୁ ମୁକୁଲାଇବା ପାଇଁ ଫରେଷ୍ଟର ୨୦ ହଜାର ଟଙ୍କା ଏବଂ ଫରେଷ୍ଟ ଗାର୍ଡ ୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଫୋନ ରେକର୍ଡକୁ ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ଡି.ଏଫ.ଓ ନୀତିଶ କୁମାର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ନିଲମ୍ୱିତ କରିଥିବା ଜଣାପଡିଛି ।

Leave A Reply

Your email address will not be published.

19 + 7 =

error: Content is protected !!