pakka

ବାଂଲାଦେଶର ଭୋଟର ତାଲିକାରେ ଟିଏମ୍‌ସି ପ୍ରାର୍ଥିନୀଙ୍କ ନାମ, ବିଧାନସଭା ନିର୍ବାଚନରେ ​​ମମତା ଦେଇଥିଲେ ଟିକେଟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବାଂଲାଦେଶୀ ମହିଳା ଆଲୋ ରାନୀ ସାର୍କଙ୍କ ବିଷୟରେ ନୂତନ ଖୁଲାସା ସାମ୍‌ନାକୁ ଆସିଛି । ତାଙ୍କୁ ମମତା ବାନାର୍ଜୀ ଟିକେଟ ଦେଇଥିଲେ । ବର୍ତ୍ତମାନ ଏହା ସାମ୍ନାକୁ ଆସିବା ପରେ ରାଜନୀତି ଜଗତରେ ଆଲୋଚନ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଆଲୋ ରାନୀଙ୍କ ନାମ ବାଂଲାଦେଶର ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ସହିତ ଭାରତର ଭୋଟର ତାଲିକାରେ ମଧ୍ୟ ତାଙ୍କ ନାମ ରହିଛି । ସେ ୨୦୧୨ରେ ଭାରତର ନିର୍ବାଚନ ତାଲିକାରେ ତାଙ୍କ ନାମ ଯୋଡିଥିଲେ, ଏହା ପରେ ସେ ବାଂଲାଦେଶ ଯାଇଥିଲେ ଏବଂ ସେଠାରେ ମଧ୍ୟ ଭୋଟର ହୋଇଥିଲେ ।

ସୂଚନା ଅନୁସାରେ ଆଲୋ ରାନୀ ତୃଣମୂଳ କଂଗ୍ରେସର ଟିକେଟ୍‌ରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତାଙ୍କୁ ବିଜେପି ପ୍ରାର୍ଥୀ ସ୍ୱପନ ମଜୁମଦାରଙ୍କ ବିରୋଧରେ ଠିଆ କରାଯାଇଥିଲା । ନିର୍ବାଚନ ପରାଜୟ ପରେ ସେ କଲିକତା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣି ସମୟରେ ତାଙ୍କ ନାଗରିକତ୍ୱ ପ୍ରକାଶ ପାଇଲା ଏବଂ ଆଲୋ ରାନୀ ଜଣେ ବାଂଲାଦେଶୀ ନାଗରିକ ବୋଲି ଜଣାପଡ଼ିଛି ।

ଆଲୋ ରାନୀଙ୍କ ଅନୁଯାୟୀ, ସେ ୧୯୬୯ ମସିହାରେ ଭାରତର ହୁଗଲିରେ ଜନ୍ମଗ୍ରହଣ କରିଥିଲେ । ବିବାହ ପରେ ସେ ନିଜର ଭାରତୀୟ ନାଗରିକତା ଛାଡି ନାହାଁନ୍ତି ଏବଂ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ସହ ମଧ୍ୟ ରୁହନ୍ତି ନାହିଁ । ସେ କହିଛନ୍ତି ଯେ, ପରିଚୟ ପତ୍ର, ପାନ କାର୍ଡ, ପାସପୋର୍ଟ, ଆଧାର କାର୍ଡ ସହିତ ତାଙ୍କ ନାମରେ ଭାରତରେ ମଧ୍ୟ ଜମି ଅଛି । ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ, ତାଙ୍କ ପିତା ସମର ହାଲଦର ବାଂଲାଦେଶର ନଚରାବାଦର ବାସିନ୍ଦା । ସେ ଏଠାରେ ଜନ୍ମ ହୋଇଥିଲେ, ହୁଗଲିରେ ଜନ୍ମ ଦାବୀ ମିଥ୍ୟା ଅଟେ । ୨୦୧୨ରେ ଭାରତୀୟ ଭୋଟର ତାଲିକାରେ ତାଙ୍କ ନାମ ଯୋଡିବା ପରେ ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଲାଗିଲେ ।

Leave A Reply

Your email address will not be published.

15 − two =