csstore

ନାଇକେନଶିରାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ଗାଁର ଠାକୁରଦେଓ ସଂଘ ପକ୍ଷରୁ ଗାଁର ଶିବ ମନ୍ଦିର, ମେହେରପଡ଼ା, କଲ୍ୟାଣ ମଣ୍ଡପ ସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଦେଓଗାଁ ବ୍ଳକ ଯୁବ କଂଗ୍ରେସ ସଭାପତି ବିଶ୍ୱଜିତ ପାତ୍ର, ସ୍ଥାନୀୟ ଠାକୁର ଦେଓ ସଂଘର ଉପ ସଭାପତି ଲମ୍ବୁ ମେହେର, ଉପସଭାପତି ବିଜୁ ଦଣ୍ଡସେନା, ସୁଶାନ୍ତ ମେହେର, ବ୍ରହ୍ମା ପୁଟେଲ, ହେମସାଗର ମେହେର, ନବୀନ ମେହେର, ଅକିତ୍ ପୁଟେଲ, ଆକାଶ କଳସାଏ, ଯୁବରାଜ ବାଗ, ରିମନ୍ତ ବାଗ ପ୍ରମୁଖ ବୃକ୍ଷରୋପଣ କରିଥିଲେ ।

jayashree
Leave A Reply

Your email address will not be published.