ନାଏବ ସରପଂଚ ଭାରପ୍ରାପ୍ତ ସରପଂଚ ଭାବେ ଦାୟୀତ୍ୱ ନେଲେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ସକାଳ ୧୦ ଘଣ୍ଟା.୩୦ ମିନିଟ ମତେ ସରକାରୀ ନିର୍ଦ୍ଦେଶାନୁଯାୟୀ ଟେମରୀ ଗ୍ରାମ ପଂଚାୟତ କାର୍ୟ୍ୟାଳୟରେ ଉପସ୍ଥିତ ଥିବା ଗ୍ରାମପଂଚାୟତର ୱାର୍ଡ ସଭ୍ୟ ଓ ସଭ୍ୟା ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକଙ୍କ ପ୍ରତିନିଧି ହୃଦାନନ୍ଦ ବାରିକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଟେମରୀ ଗ୍ରାମପଂଚାୟତର କାର୍ୟ୍ୟନିର୍ବାହି ଅଧିକାରୀ ଦେବାଶିଷ ଲୁହାଙ୍କ ଠାରୁ ଏଠାକାର ନାଏବ ସରପଂଚ ଶ୍ରୀମତି ଶଶୀ ବନଛୋର ଦାୟିତ୍ୱ ଗ୍ରହଣ କରିଛନ୍ତି । ତତ୍ ସଙ୍ଗେସଙ୍ଗେ କେଶ୍‌ ବୁକ୍‌ରେ ଲିପିବଦ୍ଧ ଥିବା କେନ୍ଦ୍ରୀୟ ଅନୁଦାନ ରାଶି ମୋଟ ଟ.୫୫,୩୮,୫୭୫ଙ୍କା, ରାଜ୍ୟ ଅନୁଦାନ ରାଶି ମୋଟ ଟ.୧୭,୧୪,୭୫୬ଙ୍କା, ଗ୍ରାମପଂଚୟତ ନିଜସ୍ୱ ପାଣ୍ଠି ମୋଟ ଟ.୧,୪୩,୨୦୩ଙ୍କା ଏବଂ ଭତ୍ତାଟଙ୍କା ମୋଟ ଟ.୨୦,୧୦୦ଙ୍କା ହିସାବ ଅନୁସାରେ ସର୍ବମୋଟ ୭୪ଲକ୍ଷ୧୬ ହଜାର ୬୩୪ଟଙ୍କା ମାତ୍ର ବୁଝି ନେଲେ । ଜିଲ୍ଲାପାଳଙ୍କ ଚିଠି ନମ୍ବର ୬୯୬/ଜିପି ତା ୪/୯/୨୦୨୦ ଅନୁସାରେ ସରପଞ୍ଚ ଶ୍ରୀମତୀ ସିଂହଙ୍କୁ ଧାରା ୧୧୫ର ଉପଧାର ୨, ଓପିଜି ଆକ୍ଟ-୧୯୬୪ ଆଧାରରେ ନିଳମ୍ବିତ କରାଯାଇଛି । ଏ ଅବସର ୱାର୍ଡ ମେମ୍ବର ଅମୃତଲାଲ ଠାକୁର, ସବିତା ଘିବଲା, ସସ୍ମିତା ପାଣିଗ୍ରାହୀ, ପଦ୍ମିନୀ ମିର୍ଦ୍ଧା, ମୁନୀ ସୁନା, ରାଜ କୁମାର ବରିହା, ନାରୀ ନେତ୍ରୀ ସସ୍ମିତା ଯୋଶୀ, ଶକୁନ୍ତଳା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.