କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ

ବୌଦ୍ଧ, (ବଂଶୀଧର ମାଝୀ) : କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍‌ ଅଧୀନସ୍ଥ କୃଷ୍ଣମୋହନପୁର ଗାଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ଗ୍ରାମକୁ ଯାଇ ଶ୍ରୀ ମିଶ୍ର ଗ୍ରାମବାସୀଙ୍କ ସହ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଛନ୍ତି । ବନ୍ୟା ବିପନ୍ନ ଲୋକଙ୍କ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୁଝିବା ପାଇଁ ବୌଦ୍ଧ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହ ସେ ଘର ଘର ବୁଲି ସ୍ଥିତି ସମୀକ୍ଷା କରିଥିବା ସୂଚନା ମିଳିଛି । ଗ୍ରାମବାସୀଙ୍କ ସହ ଆଲୋଚନା ସମୟରେ ବନ୍ୟା ଯୋଗୁଁ ଚାଷ ଜମି ନଷ୍ଟ ହେବା ସହ ଘରଦ୍ୱାର ଭାଂଗି ଯାଇଥିଲେ ସୁଦ୍ଧା କ୍ଷତିପୂରଣ ମିଳି ନଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବାକୁ ଶ୍ରୀ ମିଶ୍ର କହିଥିଲେ । ତେବେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କ କ୍ଷତିପୂରଣ ଉପରେ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ଗ୍ରାମବାସୀଙ୍କୁ କହିଥିଲେ ।

Leave A Reply

Your email address will not be published.