ସ୍କୁଲ ଫି’ ଉପରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ବଡ଼ ରାୟ : କେବଳ ୭୦% ଫି’ ନେଇପାରିବେ

ଜୟପୁର : ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ସ୍କୁଲ ଫି’ ଉପରେ ଏକ ରାୟ ଶୁଣାଣୀ ଦେଇଥିବା ବେଳେ କୁହାଯାଇଛି ଯେ, ସ୍କୁଲଗୁଡ଼ିକ କେବଳ ୭୦% ପେମେଣ୍ଟ ନେଇ ପାରିବେ । ଛାତ୍ରଛାତ୍ରୀଙ୍କ ମା’ବାପା ଆସନ୍ତା ବର୍ଷ ୩୧ ଜାନୁଆରୀ ସୁଦ୍ଧା ୩ କିସ୍ତିରେ ଦେବାକୁ ହେବ । ତେବେ ଏହି ରାୟ ଦେଇଛନ୍ତି ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଏସ୍‌.ପି. ଶର୍ମା । ରାଜସ୍ଥାନ ସରକାରଙ୍କ ନିୟମକୁ ଚାଲେଂଜ କରିଥିବା ପ୍ରାଇଭେଟ୍‌ ସ୍କୁଲଗୁଡ଼ିକର ଅପିଲ୍‌ ଉପରେ ଉଚ୍ଚ ନ୍ୟାୟାଳୟରେ ଏଭଳି ଆଦେଶ ଆସିଥିବା ଜଣାପଡ଼ିଛି । ସଂପୃକ୍ତ ଆଦେଶ ତିନୋଟି ଯାଚିକାରେ ଦିଆ ଯାଇଥିବା ବେଳେ ଯାହା ମାଧ୍ୟମରେ ପାଖାପାଖି ୨୦୦ ସ୍କୁଲଗୁଡ଼ିକର ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତି ଉପରେ ଚାଲେଂଜ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜସ୍ଥାନ ସରକାର କରୋନା ସଂକ୍ରମଣ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବା ବେଳେ ଅଭିଭାବକମାନଙ୍କଠାରୁ ସ୍କୁଲ ଫି’ ଆଦାୟ ନ କରିବାକୁ କହିଥିଲେ । ବାସ୍ତବରେ କରୋନା ସଂକଟ କାରଣରୁ ରାଜସ୍ଥାନ ସରକାର ପ୍ରାଇଭେଟ୍‌ ସ୍କୁଲ୍‌ଗୁଡ଼ିକ ଖୋଲିବା ପର୍ଯ୍ୟନ୍ତ ସ୍କୁଲ ଫି ଆଦାୟ ଉପରେ କଟକଣା ଲାଗୁ କରିଥିଲେ ।

Leave A Reply

Your email address will not be published.