om academy

ମୁଣ୍ଡୋମହୁଲ୍ ଗାଁରେ ରାମ ନବମୀ ପୂଜାନୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ୍ ଗାଁରେ ସପ୍ତାହ ବ୍ୟାପୀ ରାମ ନବମୀ ପୂଜାନୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଗ୍ରାମର ଜଣେ ରାମଭକ୍ତ କୁଳମଣି ମଲ୍ଲିକଙ୍କ ଘରେ ଚୈତ୍ର ମାସ ନବମୀ ତିଥିରେ ଏପ୍ରିଲ ୧୦ରୁ ୧୬ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାମ ନବମୀ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । କଳସ ସ୍ଥାପନ ସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ସହ ପାର୍ଶ୍ଵ ଦେବଦେବୀଙ୍କର ଆବାହନ କରାଯାଇ ପୂଜାପାଠ ସହ ବାଲ୍ମିକୀ ରାମାୟଣ ପାରାୟଣ ପଠନ କରାଯାଇଥାଏ । ଏଥିରେ ପୂଜା କର୍ତ୍ତା ଭାବେ ଭୀମରାଜ ମଲ୍ଲିକ କାର୍ଯ୍ୟନିର୍ବାହ କରିଥିବା ବେଳେ ପୂଜକ ପଣ୍ଡିତ ଗୁଣବନ୍ତ ମିଶ୍ର ଅନୁଯାୟୀ ପୂଜାର୍ଚ୍ଚନା କରିବା ସହ ସାତ ଖଣ୍ଡ ପୁରାଣ ଗାନ କରିଥିଲେ । ବାଲ୍ମିକୀ ରାମାୟଣରେ ସାର ମର୍ମ ହେଉଛି ଭାତୃ ଭକ୍ତି, ପିତା ସତ୍ୟ ପାଳନ, ଭାଇ ଭାଇ ମଧ୍ୟରେ ଏକତା, ସତ୍ୟର ଅନୁସନ୍ଧାନ, ଧର୍ମ ଜୟ ଅଧର୍ମ କ୍ଷୟ ବୋଲି ପ୍ରବଚନ ଦେଇଥିଲେ । ଘରର ଏକତା ସୃଷ୍ଟି କରିଥାଏ ରାମାୟଣ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

13 − ten =