om academy

ଶାନ୍ତିପଡ଼ାରେ ନିଷ୍ଠାର ସହ ଚାଲିଛି ନବଦୁର୍ଗା ପୂଜା : ଆଜି ଅଷ୍ଟମୀ ପୂଜା ପାଉଛନ୍ତି ମା’

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ କରୋନା ମହାମାରୀ ସଂକ୍ରମଣ ଯୋଗୁଁ କେବଳ ନୀତିକାନ୍ତି ରକ୍ଷା ପାଇଁ ଦୁର୍ଗାପୂଜା ଚାଲିଥିବା ବେଳେ ସ୍ଥାନୀୟ ଶାନ୍ତିପଡ଼ାରେ ନବଦୁର୍ଗା ପୂଜା ନିଷ୍ଠାର ସହ ଚାଲିଛି । ଚଳିତ ବର୍ଷ ଶାନ୍ତିପଡ଼ାରେ ୩୯ତମ ପୂଜନୋତ୍ସବ ପାଳନ ହେଉଥିବା ବେଳେ ଏଥର ସରକାରଙ୍କ କୋଭିଡ୍‌ କଟକଣା ଯୋଗୁଁ ବାହ୍ୟ ଚାକଚକ୍ୟ ଓ ଆଡମ୍ବରକୁ ବାଦ୍‌ ଦିଆଯାଇଛି । କିନ୍ତୁ ନିଷ୍ଠା ଓ ରୀତିନୀତିକୁ ବଳିଷ୍ଠତା ସହ ପୂଜନ କର୍ମରେ ପାଳନ କରାଯାଉଛି । ଚଳିତ ବର୍ଷ ପୂଜା କମିଟିରେ ସଭାପତି ଭାବେ ପାର୍ଥ କୁମାର କର୍ଣ୍ଣ, ସଂପାଦକ ଭାବେ ଦେବରାଜ ନାଗ, କୋଷାଧ୍ୟକ୍ଷ ଭାବେ ନାରାୟଣ ମହାକୁର ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ସଂପୂର୍ଣ୍ଣ ଭାବେ କୋଭିଡ୍‌-୧୯ ଆଇନ ପାଳନ ପୂର୍ବକ ଦୁର୍ଗାପୂଜା ଚାଲିଥିବା କମିଟି ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.