om academy

ମହୁଲ ପୋଚ ଓ ଦେଶୀ ମଦ ଜବତ : ୧ ଗିରଫ

jsm

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ଧାରୁଆଡିହି ଥାନା ଅ‌ନ୍ତର୍ଗତ ବିରବିରା ପଞ୍ଚାୟତର ତଲସରା ଗ୍ରାମରୁ ମହୁଲ ପୋଚ ଓ ଦେଶୀ ମଦ ଜବତ କରାଯାଇ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ଗ୍ରାମରେ ଶ୍ରୀକର ମାଝି ମହୁଲି ମଦ ପ୍ରସ୍ତୁତ କରି ଓ ବିକ୍ରି କରୁଥିବା ଖବର ପାଇ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଶ୍ରୀକରର ଘରୁ ହଜାରେ କେଜି ମହୁଲ ପୋଚ ଓ ବିପୁଳ ପରିମାଣର ଦେଶୀ ମଦ ମିଳିଥିବା ସୂଚନାରେ କୁହାଯାଇଛି । ତେବେ ମହୁଲ ପୋଚକୁ ନଷ୍ଟ କରିବା ସହ ଶ୍ରୀକରକୁ ଗିରଫ କରାଯାଇଇଥିବା ସୂଚନା ରହିଛି ।

Leave A Reply

Your email address will not be published.