om academy

ଆର୍ମେନିଆ-ଅଜର୍‌ବେଇଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୫ ହଜାର ଲୋକଙ୍କ ପ୍ରାଣ ଗଲାଣି : ବ୍ଲାଦିମିର୍‌ ପୁତିନ୍‌

jsm

ମସ୍କୋ : ରୁଷ୍‌ର ରାଷ୍ଟ୍ରପତି ବ୍ଲାଦିମିର୍‌ ପୁତିନ୍‌ କହିଛନ୍ତି ଯେ, ଆର୍ମେନିଆ-ଅଜର୍‌ବେଇଜାନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ନାଗୋର୍ନୋ-କାରାବାଖ ଅଂଚଳରେ ପାଖାପାଖି ୫ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଗତକାଲି ଶ୍ରୀ ପୁତିନ୍‌ ଏକ ବୈଠକରେ କହିଛନ୍ତି ଦୁଇ ପକ୍ଷରୁ ଦୁଇ ହଜାରରୁ ଅଧିକ ଲେଖାଏଁ ଲୋକ ମରି ସାରିଥିବା କହିଛନ୍ତି । ସେ ଏହା ବି କହିଛନ୍ତି ଯେ, ରୁଷ୍‌ ଏବଂ ଚୀନ୍‌ ମଧ୍ୟରେ ସୈନ୍ୟ ସମ୍ମିଶ୍ରଣର ଆବଶ୍ୟକତା ନାହିଁ । କିନ୍ତୁ ଭବିଷ୍ୟତରେ ଏହି ବିଚାରକୁ ଖଣ୍ଡନ କରାଯାଇ ପାରିବ ନାହିଁ ।
ଅନ୍ୟପଟେ ନାଗୋର୍ନୋ-କାରାବାଖ୍‌ ପକ୍ଷରୁ କୁହାଯାଇଛି ଯେ, ୨୭ ସେପ୍ଟେମ୍ବରରୁ ବର୍ତ୍ତମାନ ଯାଏ ୮୭୪ ଜଣ ସୈନିକ ମୃତ୍ୟୁବରଣ କରିଛନ୍ତି ଏବଂ ଏହା ବ୍ୟତୀତ ୩୭ ଜଣ ସାଧାରଣ ଜନତା ମରିଛନ୍ତି । ଏହା ମଧ୍ୟରେ ଅଜରବେଇଜାନ୍‌ ପକ୍ଷରୁ କୁହାଯାଇଛି ଯେ, ତାଙ୍କ ପକ୍ଷର ୬୧ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୨୯୧ ଜଣ ଆହତ ହୋଇଛନ୍ତି । ଅଜର୍‌ବେଇଜାନ୍‌ ସୈନିକଙ୍କ ମୃତ୍ୟୁ ସଂଖ୍ୟା କହିନାହିଁ । ଏହି ଭୀଷଣ ଯୁଦ୍ଧ ମଦ୍ୟରେ ପୁତିନ୍‌ କହିଛନ୍ତି ଯେ, ଆମେରିକା ଏହି ବିବାଦର ସମାଧାନରେ ରୁଷ୍‌ର ସହଯୋଗ କରିବ ।

Leave A Reply

Your email address will not be published.