om academy

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ +୩ ବାଣିଜ୍ୟରେ ଟପ୍ପର ହେଲେ ଜ୍ୟୋତିର୍ମୟୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ +୩ ବାଣିଜ୍ୟରେ ଟପ୍ପର ହୋଇଛନ୍ତି ଛାତ୍ରୀ ଜ୍ୟୋତିର୍ମୟୀ ମିଶ୍ର । ୮.୭୩ ସିଜିପିଏ ପ୍ରାପ୍ତ ହୋଇ ସେ ସମସ୍ତଙ୍କଠାରୁ ଉପରେ ରହିଥିବା ବେଳେ ତାଙ୍କ ସଫଳତା ଯୋଗୁଁ ତାଙ୍କ ପରିବାର ତଥା ବନ୍ଧୁବର୍ଗରେ ଉଲ୍ଲାସ ଦେଖାଦେଇଛି । ପରବର୍ତ୍ତୀ ସମୟରେ ସେ ବାଣିଜ୍ୟରେ ଉଚ୍ଚ ଶିକ୍ଷା ଗ୍ରହଣ କରି ସମାଜ ପାଇଁ କାମ କରିବି ବୋଲି କହିଛନ୍ତି । ଭାରତୀୟ ଡାକ ବିଭାଗରେ ପୋଷ୍ଟ ମାଷ୍ଟର ଭାବେ ଚାକିରୀ କରୁଥିବା ତାଙ୍କର ପିତା ଶରତ କୁମାର ମିଶ୍ର ଓ ମାତା ଶ୍ରୀମତୀ ରଶ୍ମିତା ମିଶ୍ର ଝିଅର ସଫଳତା ପାଇଁ ଆନନ୍ଦିତ ହୋଇଛନ୍ତି ।

Leave A Reply

Your email address will not be published.