pakka

୯ରୁ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଖାତା ମୂଲ୍ୟାୟନ

କଟକ : ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ମୂଲ୍ୟାୟନ ଡିସେମ୍ୱର ୯ ତାରିଖରୁ ଆରମ୍ଭ ହେବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । ଡିସେମ୍ୱର ୧୯ ତାରିଖ ଯାଏଁ ମୂଲ୍ୟାୟନ ହେବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ପକ୍ଷରୁ ସୂଚନା ଦିଆଯାଇଛି । ମାଟ୍ରିକ ସମ୍ମେଟିଭ ପରୀକ୍ଷା ନଭେମ୍ୱର ୨୩ ତାରିଖରେ ହୋଇ ଆଜି ସରିଛି । ସାରା ରାଜ୍ୟରେ ୩ ହଜାର ୨୯ ସେଣ୍ଟରରେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ସେହିପରି ମଧ୍ୟମା ପାଇଁ ୧୦୮ ସେଣ୍ଟରରେ ୨ ହଜାର ୯୧୪ ଜଣ ପରୀକ୍ଷା ଦେଇଥିଲେ । ୧୪୬ଟି ସେଣ୍ଟରରେ ଓପନ ସ୍କୁଲ ସାର୍ଟିଫିକେଟ୍ ପାଇଁ ୭ ହଜାର ୧୮୧ ଜଣ ପରୀକ୍ଷା ଦେଇଥିଲେ । ପରୀକ୍ଷା ପାଇଁ ୩୧୬ ନୋଡାଲ ସେଣ୍ଟର ହୋଇଥିଲା ।

Leave A Reply

Your email address will not be published.

5 × 1 =