csstore

ଦାଦନ ସର୍ଦ୍ଦାରର ନିର୍ଯ୍ୟାତନା ସହି ନପାରି ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଡକରା ଗ୍ରାମର ଦାଦନ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ଗ୍ରାମ ପଞ୍ଚାୟତର ଡକରା ଗ୍ରାମର ଦାଦନ ଶ୍ରମିକମାନେ ଶ୍ରମିକ ସର୍ଦ୍ଦାର ଦେଉଥିବା ନିର୍ଯ୍ୟାତନା ସହି ନପାରି ଆଜି ବାଧ୍ୟ ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଶ୍ରମିକଙ୍କ କହିବାନୁସାରେ, ଗତ ମାସରେ ଡକରା ଗ୍ରାମର ପ୍ରାୟ ୫୦ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ସେଠାରେ ଦାଦନ ସର୍ଦ୍ଦାରର ଅକଥନୀୟ ନିର୍ଯ୍ୟାତନା ଦେବାରୁ ଶ୍ରମିକମାନେ ଲୁକି ଛପି ନିଜ ଗାଁକୁ ଚାଲି ଆସି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ନେଇ ଜଣାପଡିଛି ।

jayashree
Leave A Reply

Your email address will not be published.