pakka

ଜମି ହଡପକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଭଇଁସାପାଲିର ବୃଦ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ହଡପକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଭଇଁସାପାଲିର ଢେଲା କ୍ଷେତି (୮୦) ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଶ୍ରୀ କ୍ଷେତି କହିଛନ୍ତି ଯେ, ତାଙ୍କ ଜମିକୁ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଅଜାଣତରେ ନିଜ ନାମରେ କରି ନେଇ ତାଙ୍କୁ ଜମି ଛାଡିବା ପାଇଁ କହିବା ସହ ଧମକ ଚମକ କରୁଛି । ତେବେ ଏଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.

17 − 3 =