pakka

ନମ୍ରତା ଓ ଶ୍ରଦ୍ଧାଶୀଳତା ବିଦ୍ୟାର୍ଥୀର ଶ୍ରେଷ୍ଠ ମୁକୁଟ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନମ୍ରତା ଓ ଶ୍ରଦ୍ଧାଶୀଳତା ପ୍ରତ୍ୟେକ ବିଦ୍ୟାର୍ଥୀ ଓ ବିଦ୍ୟାର୍ଥୀନୀଙ୍କର ଶ୍ରେଷ୍ଠ ମୁକୁଟ । ଏହା ବଳରେ ସେମାନେ ବାସ୍ତବ ଜ୍ଞାନର ଅଧିକାରୀ ହୋଇ ସମାଜକୁ ଚିରକାଳ ପାଇଁ ଦିବ୍ୟତ୍ୱ ପ୍ରତିଭାରେ ପ୍ରତିଭାତ କରିଥାନ୍ତି ବୋଲି ଶ୍ରୀପୁରୁଷୋତ୍ତମପୁର ବ୍ରାହ୍ମଣ ଶାସନ ଗ୍ରାମସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ୧୪ତମ ବାର୍ଷିକ ଉତ୍ସବରେ ଓୟୁଏଟିର ପ୍ରାକ୍ତନ ପ୍ରଧ୍ୟାପକ ଡ. ବୁଦ୍ଧଦେବ ମିଶ୍ର ଓ ସଂସ୍କୃତ ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱର ଡିନ୍‌ର ପ୍ରାକ୍ତନ ପ୍ରଧ୍ୟାପକ ତଥା ଅନୁଷ୍ଠାନର ସ୍ଥାୟୀ ସଭାପତି ଡ. ବୁଦ୍ଧଦେବ ମିଶ୍ର ମୁଖ୍ୟ ବକ୍ତା ଓ ଡେ଼ଲାଙ୍ଗ ୟୁଜିୟୁପି ସ୍କୁଲର ‌ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକୃତ ବିଦ୍ୟାର ଅଧିକାରୀ ଫଳନ୍ତି ବୃକ୍ଷ ଭଳି ନମ୍ର ଭୋଲି ବିବେକାନନ୍ଦ, ଅଶୋକ, ଗୋପବନ୍ଧୁ ଓ ଗାନ୍ଧିଜୀଙ୍କ ମହାନୁଭବତା ଏବଂ ଭାରତୀୟ ଦର୍ଶନର ଅବତରଣ ପୂର୍ବକ ମତବ୍ୟକ୍ତ କରିଥିଲେ । ବିଜ୍ଞାନ ଶିକ୍ଷକ ବଳରାମ ଶବର, ଡେ଼ଲାଙ୍ଗ ବିଇଓଙ୍କ କାର୍ଯ୍ୟାଳୟର ଯୁବ କର୍ମଚାରୀ ସତ୍ୟଜିତ୍ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ପ୍ରଶଂସା କରି ବିଦ୍ୟାଳୟ ପ୍ରତି ସମସ୍ତଙ୍କର ସହଯୋଗ ରହିବା ଉଚିତ୍ ବୋଲି କହିଥିଲେ । ଭବିଷ୍ୟତ ସମାଜ ଓ ଦେଶକୁ ବିଭିନ୍ନ ଅବକ୍ଷୟ ମୁଖରୁ ରକ୍ଷା କରିବାକୁ ପିଲାମାନଙ୍କୁ ନୈତିକ, ଶୃଙ୍ଖଳିତ ଓ ଆଧ୍ୟାତ୍ମିକ ମାର୍ଗରେ ପ୍ରାରମ୍ଭରୁ ଗଢି ତୋଳିବାକୁ ଅତିଥିମାନେ ସମବେତ ପିତାମାତା ଓ ଗୁରୁଜୀ ଗୁରୁମାଙ୍କୁ ନିବେଦନ କରି ସାମଜିକ, ସାଂସ୍କୃତିକ ଓ ପ୍ରାକୃତିକ ପରିବେଶର ଦୂଷିତକରଣର କାରଣ ଓ ତାର କୁପ୍ରଭାବ ଉପରେ ଆଲୋକପାତ୍ ପୂର୍ବକ ଉଗ୍ର ଆଧୁନିକତା ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ସମାଜସେବୀ ଅସିତ୍ କୁମାର ମିଶ୍ର ଓ କର୍ଣ୍ଣଧାର, ଉଦ୍‌ଯୋଗୀ, ଶିକ୍ଷାପ୍ରେମୀ ତଥା ସକ୍ରିୟ ସଭ୍ୟ ଜନ୍ମେଜୟ ମହାପାତ୍ରଙ୍କ ମିଳିତ ସହଯୋଗରେ ସୁନ୍ଦର ମଞ୍ଚ ସଂଯୋଜନା, ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ଉପସ୍ଥାପନ କରାଯାଇ କାର୍ଯ୍ୟକ୍ରମର ସଫଳତା ପାଇଁ ସେମାନଙ୍କର ପ୍ରଶଂସା କରାଯାଇଥିଲା । ବାଗ୍ ଦେବୀ ସରସ୍ଵତୀଙ୍କ ନିକଟରେ ପ୍ରଦୀପ ପ୍ରଜୋଳନ ପୂର୍ବକ ସଭାକାର୍ଯ୍ୟକୁ ଉଦ୍‌ଘାଟନ କରାଯାଇଥିଲା ବେଳେ ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ଆତିଥେୟତା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପ୍ରଥମ ଶିକ୍ଷୟିତ୍ରୀ ସ୍ଵର୍ଗତା ବବିତା ମିଶ୍ରଙ୍କ ଉଦ୍ଦେଶ୍ୟରେ ସଭାରେ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟରେ ସ୍ଥାନ ପାଇ ବିଦ୍ୟାଳୟର ସୁନାମକୁ ବଜାୟ ରଖିଥିବା କୃତି ଛାତ୍ରଛାତ୍ରୀ ସୁକନ୍ୟା ସୁକୁମାରୀ ସାହୁ, ରୂପଶ୍ରୀ ବାରିକ, ସତ୍ୟବ୍ରତ ବେହେରା ଓ ମେଧା ବୃତ୍ତିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମନିଷା ସାହୁ, ସ୍ମୃତି ସମ୍ପନ୍ନା, ରାକେଶ ବେହେରା, ଆଶୁତୋଷ ଭଟ୍ଟଙ୍କ ସହ ବିଭିନ୍ନ ପ୍ରତିଯୋଗିତାର ୫୨ଜଣଙ୍କୁ ମଞ୍ଚରେ ଅତିଥିମାନେ ପୁରସ୍କୃତ କରି ଶୈକ୍ଷିକ ସଫଳତା ପାଇଁ ସେମାନଙ୍କୁ ଆଶୀର୍ବାଦ କରିଥିଲେ । ଗୁରୁମା ରଶ୍ମିତା ମହାପାତ୍ର ଓ ଗୁରୁଜୀ ପ୍ରୀତମ୍ ମହାପାତ୍ର ମଞ୍ଚର ସୁପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ବନ୍ଦିତା ବିଭୁ ଦର୍ଶନୀ, ରୂପାଲି ବେହେରା, ସୁଚିତ୍ରା ପ୍ରଧାନ ପରିଚାଳନାରେ ପୂର୍ଣ୍ଣସହଯୋଗ କରିଥିଲେ । ପିଲାମାନଙ୍କ ଦ୍ୱାରା ଓଡ଼ିଶୀ, ଦେଶାତ୍ମବୋଧକ ଓ ଗ୍ରାମ୍ୟ ପରିବେଶର ନୃତ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା । ପ୍ରତିବର୍ଷ ବିଦ୍ୟାଳୟରୁ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେଉଥିବାରୁ ସଭାପତି, ସମ୍ପାଦକ ଓ ବିଦ୍ୟା ମନ୍ଦିରର ଗୁରୁଜୀ, ଗୁରୁମା, ସଭ୍ୟ, ସଭ୍ୟାମାନଙ୍କ ସହଯୋଗ ସ୍ମରଣୀୟ ବୋଲି ଅଭିଭାବକମାନେ ସେଠାରେ ଚର୍ଚ୍ଚା କରିଥିଲେ ।

jay balangir
Leave A Reply

Your email address will not be published.

3 × 5 =