pakka

୩ ଦିନିଆ ଦିଲ୍ଲୀଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

bbehera

ଭୁବନେଶ୍ୱର : ନୀତି ଆୟୋଗ ବୈଠକ ଆସନ୍ତା ୭ ତାରିଖରେ ବସିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗର ଏହି ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲିଠାରୁ ୩ ଦିନିଆ (୬ରୁ ୮ ତାରିଖ) ଦିଲ୍ଲୀଗସ୍ତରେ ଯିବେ । ଏହି ବୈଠକରେ ଓଡ଼ିଶା ପୁଣି ଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବୀ ଦୋହରାଇବ । ବଙ୍ଗୋପ ସାଗରର ତଟୀୟ ଅଞ୍ଚଳରେ ଥିବା ଓଡ଼ିଶା ସର୍ବାଧିକ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ଦୀର୍ଘ ୨ ଦଶନ୍ଧି ଧରି ଦାବୀ କରିଆସୁଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହେବା ପରଠାରୁ ଓଡ଼ିଶା ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବୀ କରିଆସୁଛି । ଏଥର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫୋକସ୍‌ ଷ୍ଟେଟ୍‌ ସହିତ ରାଜ୍ୟରେ ରେଳ ସାନ୍ଧ୍ରତା ବୃଦ୍ଧି, କୋଇଲା ଓ ଖଣିଜ ସମ୍ପଦରେ ରାଜଭାଗ ବଢାଇବା, ଦୁର୍ଗମ ଅଞ୍ଚଳରେ ଅଧିକରୁ ଅଧିକ ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍‌ ସଂଯୋଗ ଏବଂ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ଏକାଧିକ ଦାବୀ ଦୋହରାଇବେ ବୋଲି ଆଲୋଚନା ହେଉଛି । ସୂଚନା ଯୋଗ୍ୟ, ନିତି ଆୟୋଗ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟର ସମସ୍ୟା ସହ ଭିତ୍ତିଭୂମି ନିର୍ମାଣ ଲାଗି ରହିଥିବା ଆବଶ୍ୟକତା ସଂପର୍କରେ କେନ୍ଦ୍ରକୁ ଅବଗତ କରାଇବା ସହିତ ଅଧିକ ପାଣ୍ଠି ଦେବାକୁ ଦାବୀ ରଖିଛନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ଦାବୀ ଅନୁଯାୟୀ, ନୀତି ଆୟୋଗ ଜରିଆରେ ପାଣ୍ଠି ପ୍ରଦାନ ଲାଗି କେନ୍ଦ୍ରକୁ ସୁପାରିସ କରିବା ସହ ଯୋଜନା ପ୍ରସ୍ତୁତ କରିଥାନ୍ତି ।

jay balangir
Leave A Reply

Your email address will not be published.

one × 4 =