ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫,୦୦,୯୫୦ ଟଙ୍କା ଦାନ

ପଦ୍ମପୁର, (ନିରୋଜ ପାଣୀ) : ବର୍ତ୍ତମାନ ମହାମାରୀ କରୋନା ଚାଲିଥିବା ବେଳେ ଶିକ୍ଷକମାନଙ୍କ ମହାଦାନ ପ୍ରଶଂସନୀୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ଏହି ପଦକ୍ଷେପ ନିଶ୍ଟିତ ଭାବେ ପ୍ରଶଂସା ଯୋଗ୍ୟ । ଆଜି ପାଇକମାଲ ବ୍ଲକ ପରିସର ମଧ୍ୟରେ ପାଇକମାଳ ବ୍ଲକ ଶିକ୍ଷା ବିଭାଗ ଦ୍ବାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଶିକ୍ଷକ ଓ କର୍ମଚାରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫,୦୦.୯୫୦ ଟଙ୍କା ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ଜରିଆରେ ଦାନ କରିଛନ୍ତି । ଏହି ଅବସରରେ ବିଡିଓ ସୁରେନ୍ଦ୍ର ମେହେର, ବିଇଓ ଚୂଡାମଣି ବାରିକ, ଏବିଇଓ ସୁରେନ୍ଦ୍ର ପୁରୋହିତ, ଜନକଲାଲ ମେହେର, ମହାଦେବ ବେହେରା, ସୁଶାନ୍ତ କୁମାର ସାହୁ, କେଦାରନାଥ ରାଉତ, ଦେବେନ୍ଦ୍ର ନାଥ ସାହୁ, ବିନୋଦ ବିହାରୀ ମେହେର, ଶାନ୍ତନୁ ମେହେର, ଉମାକାନ୍ତ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.