ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ମୟୂରଭଞ୍ଜ : ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ ବେହେରା(୬୫) । ଗତକାଲି ତାଙ୍କର ମୃତ୍ୟୁ ଘଟିଛି । କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିଲା । ତାଙ୍କୁ ବାରିପଦା ମେଡିକାଲ ପରେ ଏସସିବି ମେଡିକାଲକୁ ମଧ୍ୟ ଚିକିତ୍ସା ପାଇଁ ନିଆଯାଇଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ଆସିବା ପରେ ତାଙ୍କୁ ରାଇରଙ୍ଗପୁର ଜେଲ୍‌କୁ ପଠାଇ ଦିଆଯାଇଥିଲା । ହେଲେ ସେପ୍ଚେମ୍ବର ୨୭ରେ ପୁଣି ଥରେ ସେ ଜେଲ୍‌ରେ ଅସୁସ୍ଥ ହୋଇପଡିଥିଲେ । ଏହାପରେ ସ୍ଥାନୀୟ ହସ୍ପିଟାଲ ଏବଂ ଏସସିବିକୁ ନିଆଯାଇଥିଲା ଚିକିତ୍ସା ପାଇଁ । ଏହାପରେ ଔଷଧ ଦେଇ ଡାକ୍ତର ତାଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇ ଦେଇଥିଲେ । ହେଲେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । କଏଦୀଙ୍କ ମୃତ୍ୟୁ ବେଳେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.

2 × 3 =