pakka

ପୋଲ ତଳୁ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାଇପାସ ରାସ୍ତା କଡ଼ ଏକ ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଚିତ୍ତରଞ୍ଜନ ନାଏକ । ସେ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବା ବେଳେ ମନମୁଣ୍ଡା ନିକଟ ଦେଉଳି ଗାଁରେ ଭଡ଼ାରେ ରହୁଥିବା ଜଣାଯାଇଛି । ସୂଚନା ଅନୁସାରେ ଶୁକ୍ରବାର ସକାଳୁ ରାସ୍ତାକଡ଼ ଏକ ପୋଲ ତଳୁ ତାଙ୍କ ମୃତଦେହ ଠାବ କରାଯାଇଥିବା ବେଳେ ପୋଲ ଉପରୁ ମଦ ବୋତଲ ଓ ଗ୍ଲାସ ସହ ମୋବାଇଲ ପାୱାରବ୍ୟାଙ୍କ ଓ ବାଇକ ରଖାଯାଇଛି । ଖବର ପାଇ ମନମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

jay balangir
Leave A Reply

Your email address will not be published.

thirteen − 5 =