pakka

ବଣେଇକୁ ଜିଲ୍ଲା ଘୋଷଣା ଦାବୀରେ ୬ ଘଣ୍ଟିଆ ବନ୍ଦ ଡାକରା : ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ବଣେଇକୁ ଜିଲ୍ଲା ଘୋଷଣା ଦାବୀରେ କ୍ରିୟାନୁଷ୍ଠାନ କମିଟିର ୬ ଘଣ୍ଟିଆ ବନ୍ଦ ଡାକରା । ଶୁକ୍ରବାର ବଣେଇ ଜିଲ୍ଲା ଦାବୀରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ ପିକେଟିଂ କରି ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଏନଏଚ୍ ୧୪୩ ଏବଂ ୨୧୫କୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଫଳରେ ହଜାର ହଜାର ସଂଖ୍ୟକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ଆଜିର ବନ୍ଦ ଡାକରାକୁ କ୍ରିୟାନୁଷ୍ଠାନ କମିଟି ଓ ସମସ୍ତ ରାଜନୈତିକ ଦଳ ୪ଟି ବ୍ଳକର ଜନସାଧାରଣ, ବିକାଶ ପରିଷଦ ଓ ବଣିକ ସଂଘ ସମର୍ଥନ କରିଥିବା ବେଳେ ବିଭିନ୍ନ ସଂଗଠନ ଏହାକୁ ସମର୍ଥନ କରିଛନ୍ତି । ଯଥାଶୀଘ୍ର ସରକାର ବଣେଇକୁ ଜିଲ୍ଲା ଘୋଷଣା ନକଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବା ସହ ଅର୍ଥନୈତିକ ଅବରୋଧ କରାଯିବ ବୋଲି ବଣେଇ କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି ।

jay balangir
Leave A Reply

Your email address will not be published.

4 + 11 =