pakka

କେନ୍ଦ୍ରୀୟ ପଣ୍ୟାଗାର ପରିସରରୁ ଶ୍ରମିକଙ୍କ ମୃତ​‌ଦେହ ଉଦ୍ଧାର

bbehera

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ମଶାକଣି କେନ୍ଦ୍ରୀୟ ପଣ୍ୟାଗାର ପରିସରରୁ ଜଣେ ଅଜଣା ଶ୍ରମିକଙ୍କ ମୃତ ଦେହକୁ ମାର୍ଶାଘାଇ ପୋଲିସ ଉଦ୍ଧାର କରିଥିବା ଜରାପଡିଛି । ମଶାକଣି କେନ୍ଦ୍ରୀୟ ପଣ୍ୟାଗାର ପରିସରରେ ଏକ ନୂତନ ଗୃହ ନିର୍ମାଣାଧୀନ ଥିବା ବେଳେ ସେଠାରେ କିଛି ଶ୍ରମିକ କାମ କରୁଥିଲେ । ୩ ଦିନ ହେବ ଶ୍ରମିକମାନେ କାମରେ ଯୋଗ ଦେଇନଥିବାରୁ ସୁପରଭାଇଜର ଜଣକ ଶ୍ରମିକମାନଙ୍କ ରହିବା ସ୍ଥାନ ଆସି ଖୋଜାଖୋଜି କରିଥିଲେ । କିନ୍ତୁ ଶ୍ରମିକ ମାନଙ୍କୁ ପାଇନଥିଲେ । ମାତ୍ର ନିକଟସ୍ଥ ଏକ ବାଲି ଗଦା ଭିତରୁ ଏକ ପାଦ ଦେଖିବାକୁ ମିଳିଥିଲା । ଏନେଇ ସୁପରଭାଇଜର ଜଣକ ମାର୍ଶାଘାଇ ଥାନାକୁ ଜଣାଇଥିଲେ ।

jay balangir
Leave A Reply

Your email address will not be published.

five × five =