pakka

ସନ୍ଦେହ ଘେରରେ ଯୁବତୀଙ୍କ ଝୁଲନ୍ତା ମୃତ ଶରୀର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ରାସ୍ତା କଡ଼ରେ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଶରୀର ଲୋକେ ଦେଖିଥିଲେ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଡ଼ାଙ୍ଗବାହାଲରେ ଘଟିଛି ଏଭଳି ଅଘଟଣ । ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ବିଜୟ ଲୁହାଙ୍କ ଝିଅ ଝରଣା ଲୁହା (୧୮ ) ସନ୍ଧ୍ୟା ସମୟରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ ଏବଂ ଘରକୁ ଫେରି ନଥିଲେ । ଝିଅ ଘରକୁ ଫେରି ନ ଥିବା ବେଳେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ସକାଳ ସମୟରେ ଗ୍ରାମ ଲୋକେ ଗାଁ ରାସ୍ତା କଡରେ ବେକରେ ଓଢଣି ଦ୍ଵାରା ଫାଶୀ ଲାଗିଥିବା ଅବସ୍ଥାରେ ଯୁବତୀଙ୍କୁ ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳକୁ ଗାଇସିଲେଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ପରିବାର ଲୋକେ ହତ୍ୟା କରିଥିବା ପ୍ରତିକ୍ରିୟା ରଖିଛନ୍ତି ଓ ପୋଲିସ ତଦନ୍ତ କରି ହତ୍ୟାକାରୀକୁ ଧରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

18 − twelve =