pakka

ପିଏମ୍‌ ମୋଦୀ ଦେଶ ପାଇଁ ୩୫ଟି ବିଶେଷ କିସମର ଫସଲ ଉତ୍ସର୍ଗ କରି ଏନ୍‌ଆଇବିଏସ୍‌ଟି କ୍ୟାମ୍ପସ ଉଦ୍ଘାଟନ କଲେ

l2

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜଳବାୟୁ ଅନୁକୂଳ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ସକାଶେ ଦେଶ ପାଇଁ ୩୫ଟି ବିଶେଷ କିସମର ଫସଲ ଉତ୍ସର୍ଗ କରିଛନ୍ତି । ଡିଜିଟାଲ କାର୍ୟ୍ୟ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ରାୟପୁରରେ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ଟଲରେନ୍ସ’ (ଏନ୍‌ଆଇବିଏସ୍‌ଟି) ର ନୂତନ ନିର୍ମାଣ ହୋଇଥିବା କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୃଷି ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଗ୍ରୀନ୍ କ୍ୟାମ୍ପସ୍ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ ଏବଂ ଅଭିନବ ପ୍ରଣାଳୀ ବ୍ୟବହାର କରି କୃଷକମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ପୁଷ୍ଟିହୀନତାର ଯୁଗ୍ମ ଆହ୍ୱାନର ମୁକାବିଲା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ଦ୍ୱାରା ସ୍ୱତନ୍ତ୍ର କିସମର ଫସଲ ପ୍ରସ୍ତୁତ କରାଯାଇଛି । ପିଏମ୍‌ଓ କହିଛି ଯେ, ୨୦୨୧ରେ ଏହିପରି ୩୫ଟି କିସମ ବିକଶିତ ହୋଇଛି । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ-ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି, ଯେଉଁଥିରେ ଲୋକଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ ଓ ସେମାନଙ୍କର ସ୍ୱାସ୍ଥ୍ୟ ରେକର୍ଡ ଲିପିବଦ୍ଧ ହେବ ।

pp
Leave A Reply

Your email address will not be published.

15 + 10 =