pakka

୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନ ପାଇଁ ପାକିସ୍ତାନ ସୁରକ୍ଷିତ ସ୍ଥାନ : ସିଆର୍‌ଏସ୍‌ ରିପୋର୍ଟ

bbehera

ୱାଶିଂଟନ୍ : ଆତଙ୍କବାଦ ଉପରେ ଆମେରିକା କଂଗ୍ରେସର ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବରେ ପରିଚିତ ଅତି କମରେ ୧୨ ଟି ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ହେଉଛି ପାକିସ୍ତାନ । ଏଥିରେ ଲଶ୍କର-ଏ-ତାଇବା ଏବଂ ଜୈଶ-ଏ-ମହମ୍ମଦ ଭଳି ଭାରତକୁ ଟାର୍ଗେଟ କରୁଥିବା ପାଞ୍ଚଟି ଆତଙ୍କବାଦୀ ସଂଗଠନ ସାମିଲ୍‌ ଅଛନ୍ତି । ସ୍ୱାଧୀନ କଂଗ୍ରେସ ଅନୁସନ୍ଧାନ ସେବା (ସିଆର୍‌ଏସ୍‌) ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ଅଧିକାରୀମାନେ ପାକିସ୍ତାନକୁ ଅନେକ ସଶସ୍ତ୍ର ତଥା ଆତଙ୍କବାଦୀ ସଂଗଠନ ପାଇଁ ସୁରକ୍ଷିତ ସ୍ଥାନ ବୋଲି ଚିହ୍ନଟ କରିଛନ୍ତି, ଯେଉଁଠାରୁ ସେମାନେ ଆତଙ୍କବାଦୀ କାର୍ୟ୍ୟକଳାପ କରୁଛନ୍ତି । ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରୁ କେତେକ ୧୯୮୦ ଦଶକରୁ ରହି ଆସିଛନ୍ତି ।

ପାକିସ୍ତାନରୁ କାର୍ୟ୍ୟ କରୁଥିବା ଏହି ଗୋଷ୍ଠୀଗୁଡ଼ିକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଇପାରିବ ବୋଲି ଗତ ସପ୍ତାହରେ କ୍ୱାଡ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକା କଂଗ୍ରେସର ଦ୍ୱିପାକ୍ଷିକ ଅନୁସନ୍ଧାନ ୱିଙ୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏଥିମଧ୍ୟରେ ବିଶ୍‌ଶ୍ୱ ସ୍ତରର ଆତଙ୍କବାଦୀ ସଂଗଠନ, ଆଫଗାନିସ୍ତାନ କେନ୍ଦ୍ରିକ, ଭାରତ ଏବଂ କାଶ୍ମୀର କେନ୍ଦ୍ରିକ, ଘରୋଇ ବ୍ୟାପାରରେ ସୀମିତ ସଂଗଠନ ଏବଂ ସଂସ୍କୃତି ଭିତ୍ତିକ (ଶିଆ ବିରୁଦ୍ଧରେ) ଆତଙ୍କବାଦୀ ସଂଗଠନ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.

four × 4 =