pakka

ବିଶ୍ୱ ପର୍ଯ୍ୟଟନ ଦିବସରେ ହରଗୌରୀ ମନ୍ଦିରକୁ ମାନ୍ୟତା ଦାବୀ

bbehera

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ପର୍ଯ୍ୟଟନ ସ୍ଥଳୀ ଆମ ପ୍ରକୃତି ଏବଂ ପରିବେଶର ସୁନ୍ଦରତା ବୃଦ୍ଧି କରିବା ସହ ଅଞ୍ଚଳର ମର୍ଯ୍ୟାଦା ବହନ କରିବାରେ ସହଜ ହୋଇଥାଏ । ଗତକାଲି ଥିଲା ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟନ ସ୍ଥଳୀଗୁଡିକର ସ୍ଵଚ୍ଛତା, ସଫାସୁତୁରା ପ୍ରତି ଆମେ ସମସ୍ତେ ଗୁରୁତ୍ୱାରୋପ କରିବା ନିହାତି ଆବଶ୍ୟକ । ପ୍ରତିଦିନ ଶହ ଶହ ପର୍ଯ୍ୟଟକ ପର୍ଯ୍ୟଟନ ସ୍ଥଳୀର ଦୃଶ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି । ଏଣୁ ପରିବେଶର ସ୍ୱଚ୍ଛତା ଓ ସବୁଜ ପରିବେଶ ସୃଷ୍ଟି କରିବା ଆମର ନୈତିକ କର୍ତ୍ତବ୍ୟ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଶିବତଲ।, ଲୁଚକିବନ୍ଧ ଓ ରଘୁମଣିପାଲି ସ୍ଥିତ ଶ୍ରୀ ଶ୍ରୀ ହରଗୌରୀ ମନ୍ଦିର ଚତୁଃପାର୍ଶ୍ଵରେ ସବୁଜ ବନାନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ମନ ମୁଗ୍ଧ କର । ଏଣୁ ଆଜିର ବିଶ୍ୱ ପର୍ଯ୍ୟଟନ ଦିବସରେ ହରଗୌରୀ ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ସୌନ୍ଦର୍ଯ୍ୟକରଣ କମିଟିର ସଦସ୍ୟ ମାନେ ଦାବୀ କରୁଛନ୍ତି ।

jay balangir
Leave A Reply

Your email address will not be published.

9 + twenty =