om academy

ଟ୍ରକ ଧକ୍କାରେ ୨ ଗାଈ ମୃତ

jsm

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥ ଓଟିଏମ୍‌ ଛକରେ ଟ୍ରକ ଧକ୍କାରେ ୨ ଗାଈଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଶନିବାର ରାତି ୮ଟା୩୦ ସମୟରେ ଏକ ଦଶ ଚକିଆ ଟ୍ରକ ମଙ୍ଗୁଳିରୁ ଢେଙ୍କାନାଳ ଅଭିମୁଖେ ଯାଉଥିବା ବେଳେ ରାଜରାସ୍ତାରେ ହୋଇଥିବା ଖାଲଖମାକୁ ଏଡାଇବା ପାଇଁ ରାସ୍ତା କଡରେ ଶୋଇଥିବା ୨ଟି ଗାଈ ଉପରକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଗାଈଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.