pakka

ଟ୍ରେନ୍‌ରୁ ଗଳିପଡ଼ି ଜଣେ ଯୁବକ ମୃତ

bbehera

ଝାରସୁଗୁଡ଼ା : ବେଲପାହାଡ଼ ରେଳ ଷ୍ଟେସନ୍‌ରୁ ମାତ୍ର ୨ କିମି ଦୂରରେ ଆଜି ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନିକଟରୁ ମିଳିଥିବା ଆଧାରକାର୍ଡର ସୂଚନା ଅନୁସାରେ ସେ ବାଘମୁଣ୍ଡାର ଅଜୟ କାଲୋ(୨୬) ବୋଲି ଅନୁମାନ କରାଯାଉଛି । ଏନେଇ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜୁ କରି ମୃତଦେହ ଜବତ କରିଥିବା ବେଳେ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯାତ୍ରୀଜଣଙ୍କ ଟ୍ରେନ୍‌ରୁ ଗଳିପଡ଼ିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ୍‌ ଆଶଙ୍କା କରୁଛି ।

Leave A Reply

Your email address will not be published.

eight + nineteen =