pakka

ଟିଟିଲାଗଡ଼ର ପୁରୁଣା ଚୋରି ମାମଲାରେ ୫ ଜଣ କୁଖ୍ୟାତ ଚୋର ଗିରଫ, କରାଗଲା କୋର୍ଟ ଚାଲାଣ

bbehera

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ନେହେରୁ ନଗର, ହାଟପଦାପଡ଼ା, ଅଗ୍ନିଶମ ବିଭାଗ ନିକଟ କାଳୀ ମନ୍ଦିର ତଥା ଆଖପାଖ ଅଞ୍ଚଳରେ ଚୋରି ଅଭିଯୋଗରେ ଟିଟିଲାଗଡ ପୋଲିସ ୫ ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ୫ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ଜଣାପଡ଼ିଛି । ପୂର୍ବରୁ ୬ ଗୋଟି କେସ୍‌ରେ ମଧ୍ୟ ସଂଶ୍ଳିଷ୍ଟ ଥିବାର ଥାନଧିକାରୀ ଅବନୀ ସାହୁ ସୂଚନା ଦେଇଛନ୍ତି । ସହରର ବିଭିନ୍ନ ସ୍ଥାନରେ ଘରେ ପଶି ଚୋରୀ କରିବା ଘଟଣା ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସାଜିଥିଲା । ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଥିବା କାଳୀ ମନ୍ଦିରରୁ ବାରମ୍ବାର ଚୋରି କରିବାରେ ମଧ୍ୟ ଏମାନେ ସଂଶ୍ଳିଷ୍ଟ ଥିବାର ଜଣାପଡିଛି । ଟିଟିଲାଗଡ଼ ଥାନାଧିକାରୀ ଅବନୀ ସାହୁ ବାରମ୍ବାର ଚୋରି କରୁଥିବା ଏହି ଚୋରଙ୍କୁ ଶେଷରେ କାବୁ କରିବାରେ ସଫଳ ହୋଇଛନ୍ତି । ଚୋରି କରିବା ପାଇଁ ବ୍ୟବହୃତ ହତିଆର, ପାଣି ମୋଟର, ଟଙ୍କା, ସୁନାର ମଙ୍ଗଳସୂତ୍ର, ଚେନ୍‌, ରୂପା କଏନ, ପୂଜା ସାମଗ୍ରୀ ଜବତ ହୋଇଛି । ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୋରୁବଜାର ପଡ଼ାର ଗୋବିନ୍ଦ ଦେବାର, ସିରଭଟା ପଡ଼ାର ବୁଦ୍ଧିଆ ଦେବାର, ବାଗ ବାହରା ଅଞ୍ଚଳର ସିରଭଟାରେ ରହୁଥିବା ମହେଶ୍ୱ ଦେବାର ଓ କଟକିଆ ପଡ଼ାର ଆଶିଷ ବର୍ମା ଗିରଫ ହୋଇଛନ୍ତି । ଥାନାଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ବାରମ୍ୱାର ରାତି ପେଟ୍ରୋଲିଂ କରି ଅନେକ ଲୋକଙ୍କୁ ଧରି ପଚରା ଉଚୁରା କରିବା ପରେ ଏମାନେ ଧରା ପଡିଛନ୍ତି ।

Leave A Reply

Your email address will not be published.

seven − 5 =