ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) ; ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ବର୍ଷ ଭଳି ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଚଳିତ ବର୍ଷ ବାଦ୍‌ ଦିଆଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ କେବଳ ଏକ ସଂଚୟ ରଥ ସହର ତଥା ଆଖପାଖ ଗ୍ରାମାଂଚଳରେ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କ୍ରମରେ ଆଜି ପ୍ରାୟ ପୂର୍ବାହ୍ନ ସାଢେ଼ ନ’ଟା ସମୟରେ ସ୍ଥାନୀୟ କୋଶଳ କଳାମଣ୍ଡଳରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ପତାକା ଦେଖାଇ ସଂଚୟ ରଥର ଯାତ୍ରାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ବିଜୟ କୁମାର ଶତପଥୀ, ସ୍ୱଳ୍ପ ସଂଚୟ ଯୋଜନାର ଏଜେଣ୍ଟ ସମୂହ ତଥା ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ । କୋଭିଡ-୧୯ ନିୟମ ଅନୁସାରେ ସୀମିତ ବ୍ୟକିଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ସଂଚୟ ରଥ ସହର ପରିକ୍ରମା କରି ମଦନଗୁଡ଼ିଆ ବଗିଚା ଛକ, ବିଷ୍ଣୁମୁଣ୍ଡା, ଖଲିଆପାଲି, ଭାଲେର ଛକ, ପୁଡ଼ାପାଲି, କୁରୁଲ, ଭରତବାହାଲ, କସାବାହାଲ ଛକ ଦେଇ ପୁଇଁନ୍ତଲା ବ୍ଳକ୍‌ର ଆହୁରି ଅନେକ ଅଂଚଳ ପରିଭ୍ରମଣ କରିବ ।

Leave A Reply

Your email address will not be published.