ତୁଷୁରା ପ୍ରଜାପିତା ବହ୍ମକୁମାରୀ ପକ୍ଷରୁ ଜୁନିୟର ମିସ୍‌ କୋଶଳକୁ ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ପ୍ରଜାପିତା ବହ୍ମକୁମାରୀ ସଂସ୍ଥା ପକ୍ଷରୁ ଆଜି ଜୁନିୟର ମିସ୍‌ କୋଶଳ ୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଆନନ୍ଦିତା ସାମନ୍ତଙ୍କୁ ମାନପତ୍ର ଓ ଫୁଳଗୁଚ୍ଛା ଦେଇ ସମ୍ମାନୀତ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ପରିଚାଳିକା ବି.କେ.ଅର୍ପିତା ଭଉଣୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଟିତ ହୋଇଥିଲା । ଆନନ୍ଦିତା ଏବେ ଦଶମ ଶ୍ରେଣୀ ପଠୁଥିବା ବେଳେ ଏତେ କମ୍‌ ବୟସରେ କିଛି କରି ଦେଖାଇବା ଆଗ୍ରହ ହିଁ ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଥିବା ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଆଶୁ କବି ହେମନ୍ତ ଦାଶ, ଅନିଳ ଅଗ୍ରୱାଲ, ରାଧାରମଣ କେଡିଆ, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ମିଶ୍ର ଆଦି ଉପସ୍ଥିତ ଥିବା ବେଳେ ବବିତା ନାୟକ ଓ ହିରାବତୀ ସାହୁ କବିତା ପାଠ କରିଥିଲେ । ଶେଷରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

Leave A Reply

Your email address will not be published.