oom

ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଧପନ୍ତରିଆ ହୋଇଥିବା ଅଭିଯୋଗ : ରାସ୍ତା ନଷ୍ଟ ସହ ଦୁର୍ଘଟଣା ଆଶଙ୍କା, ତୁରନ୍ତ ସମ୍ପୂର୍ଣ୍ଣ ଦାବୀ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଶେଷ ହେବାକୁ ଯାଉଛି ହେଲେ ଅଟକଳରେ ଥିବା କଛି କାମ ମଧ୍ୟରୁ କେତେକ କାମ କରି ନଥିବାରୁ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣା ଆଶଙ୍କା ଥିବା ଅଭିଯୋଗ କରୁଛନ୍ତି ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଲୋକମାନେ ବହଲି ଗାଁକୁ ପ୍ରତିଦିନ ଯିବା ଆସିବା କରୁଥିବା ଲୋକମାନେ । ଅଭିଯୋଗ କରିଛନ୍ତି ଯେ, ଜାତୀୟ ରାଜପଥ ବରଗଡ଼ ବୋରିଗୁମ୍ମା ରାସ୍ତାର ବହଲି ଛକଠାରୁ ବହଲି ଗାଁକୁ ଯିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ପିଚୁ ରାସ୍ତାରେ ନବୀକରଣ କରାଯାଉଛି । ପ୍ରାୟତଃ ପିଚୁ କାମ ଶେଷ ହୋଇଥିଲେ ମଧ୍ୟ ରାସ୍ତା କଡ଼ରେ ମାଟି କାମ କରି ନଥିବାରୁ ରାସ୍ତାର ଗାଡ଼ି ତଳକୁ ଆସୁଥିବା ଗାଡ଼ି ରାସ୍ତାକୁ ଭାଙ୍ଗି ଦେଉଥିବା ବେଳେ ଉପରକୁ ଯିବା ସମୟରେ ବିପଦ ଆଶଙ୍କା ଅଛି । କିଏ କେଉଁ ଅନୁଦାନରୁ ରାସ୍ତା କାମ କରିଛି ସୂଚନା ଫଳକ ଦିଆଯାଇ ନଥିବାରୁ ଲୋକମାନେ କାହାକୁ ଅଭିଯୋଗ କରିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃ‌ଷ୍ଟି ହେଉଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇ ନାହିଁ । ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.