pakka

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଶାଳ ମିଶ୍ରଣ ପର୍ବ : କଂଗ୍ରେସରୁ ଆସି ବିଜେଡ଼ିରେ ମିଶିଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆଜି ସଂଧ୍ୟାରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ନିକଟରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ୍‌ ହୋଇଥିବା ଦୁଇ ଜଣ ବଳିଷ୍ଠ ଯୁବନେତା ବିଧୁଭୂଷଣ ତ୍ରିପାଠୀ ଓ ଆକାଶ ମିଶ୍ରଙ୍କ ନେତୃତ୍ୱରେ ଆଜି ବଲାଙ୍ଗିର ସହରର ଶହ ଶହ ତାଙ୍କ ସହଯୋଗୀ ସମର୍ଥକ ମହିଳା ପୁରୁଷ ଶୈଳଶ୍ରୀ ପେଲେସ୍‌ରେ ପହଂଚି ଶଙ୍ଖ ଧରିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ଓ ଜନାଭିମୁଖୀ ଜନହିତକର ପଦକ୍ଷେପରେ ଅନୁପ୍ରାଣିତ ହୋଇ ଏବଂ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱ ଓ ବିକାଶ ମାନସିକତା ଦ୍ୱାରା ଆକର୍ଷିତ ହୋଇ ସେମାନେ ସମସ୍ତେ ବିଜେଡ଼ିରେ ମିଶିଥିବା ମତପ୍ରକାଶ କରିଛନ୍ତି । ଏହି ଅବସରରେ ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ସମସ୍ତ ନୂତନ ସଦସ୍ୟଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଦକ୍ଷତା ପ୍ରତି ଆକୃଷ୍ଟ ହୋଇ କଂଗ୍ରେସରୁ ବହୁ ସଂଖ୍ୟାରେ ନେତା କର୍ମକର୍ତ୍ତାମାନେ ଆସି ବିଜେଡ଼ିରେ ଯୋଗଦାନ କରୁଥିବା ବେଳେ ଆଗାମୀ ଦିନରେ କଂଗ୍ରେସର ବଲାଙ୍ଗିରରେ ତଥା ଓଡ଼ିଶାରେ ଚିହ୍ନ ବର୍ଣ୍ଣ ରହିବ ନାହିଁ ବୋଲି ବିଧାୟକ ପ୍ରାର୍ଥୀ କଳିକେଶ କହିଛନ୍ତି ।

jay balangir
Leave A Reply

Your email address will not be published.

twenty − 15 =

error: Content is protected !!