ରମ୍ଭା ହାଇସ୍କୁଲ ୨୦୦୨ ମ୍ୟାଟ୍ରିକ ବେଚର ପ୍ରଥମ ବନ୍ଧୁ ମିଳନ

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ହାଇସ୍କୁର ୨୦୦୨ ମସିହା ମ୍ୟାଟ୍ରିକ ବେଚ୍‌ର ପ୍ରଥମ ବନ୍ଧୁ ମିଳନ ରମ୍ଭା ବାଇପାସ ନିକଟସ୍ଥ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମନୋଜ କୁମାର ପ୍ରଧାନ ଓ ମହେଶ୍ୱର ନାୟକଙ୍କ ତତ୍ୱାବଧାନରେ ସମସ୍ତ ସାଙ୍ଗସାଥୀମାନଙ୍କୁ ଏକତ୍ରିତ କରି ଉତ୍ସାହ ଉଦ୍ଦିପନାର ସହ କେକ୍‌ କଟିଙ୍ଗ କରି ଭୋଜି ଭାତର ଆୟୋଜନ କରାଯାଇଥିଲା । ଏଥିରେ ୫୦ରୁ ଅଧିକ ସାଙ୍ଗ ସାଥୀ ଯୋଗଦେଇଥିଲେ ଏବଂ ଦିବାକର ତରେଇ, ଶିବରାମ ବିଶ୍ୱାଳ, ସିମାଞ୍ଚଳ ପାଣି, ଅରୁଣ ସେନାପତି, ଶୁଭକାନ୍ତ ମୁଦୁଲି, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ ବେହେରା ଓ ସୁଦର୍ଶନ ବେହେରା ସହଯୋଗ କରିଥିଲେ । ଆଗାମୀ ଡିସେମ୍ବର ମାସରେ ୧୦୦ ରୁ ଅଧିକ ସାଙ୍ଗସାଥୀ ଯୋଗଦେଇ ଏକ ଆଡମ୍ବରପୂର୍ଣ୍ଣ ଦ୍ୱିତୀୟ ବନ୍ଧୁମିଳନ ହେବାପାଇଁ ସମସ୍ତେ ଆଶା କରିଛନ୍ତି ।

Leave A Reply

Your email address will not be published.

3 × four =

error: Content is protected !!