କୋସଲ ରାଜ୍ୟ ଦାବୀରେ ୫ ଜୁଲାଇରେ ବିଧାନ ସଭା ଘେରାଉ ନିମନ୍ତେ କୋସଲ ମୁକ୍ତି ମୋର୍ଚ୍ଚାର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋସଲ ରାଜ୍ୟ ଦାବୀରେ ୫ ଜୁଲାଇରେ ବିଧାନ ସଭା ଘେରାଉ ନିମନ୍ତେ କୋସଲ ମୁକ୍ତି ମୋର୍ଚ୍ଚାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋସଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ, ଓଡିଶା ରାଜ୍ୟ ଗଠନ ହେଲା ଦିନଠୁ ପର୍ଶ୍ଚିମ ଓଡିଶା ବିକାଶ ପରିଷଦ ହାଇକୋର୍ଟ ବେଞ୍ଚ, ପ୍ରଧାନମନ୍ତ୍ରୀ ଆବାସ, ଗମନା ଗମନ ଓ ଇତ୍ୟାଦି କ୍ଷେତ୍ରରେ ବାରମ୍ବାର ପର୍ଶ୍ଚିମ ଓଡିଶାକୁ ଅବହେଳା କରି ପାତର ଅନ୍ତର କରାଯାଉଛି । ପର୍ଶ୍ଚିମ ଓଡ଼ିଶାରୁ ହୀରାକୁଦ, ଖଣି ଖଦାନ, କେନ୍ଦୁପତ୍ର ଇତ୍ୟାଦିରୁ ଅନେକ ରାଜସ୍ୱ ଆସୁଥିବା ବେଳେ ପର୍ଶ୍ଚିମ ଓଡିଶାବାସୀଙ୍କୁ ଦାଦନ, ବେକାରୀ ଓ ସମସ୍ତ ଅସୁବିଧା ମିଳୁଛି । ପର୍ଶ୍ଚିମ ଓଡିଶାବାସୀଙ୍କୁ ମୌଳିକ ସୁବିଧା ମିଳପାରୁନାହିଁ । ଯାହା ଫଳରେ ଏଭଳି ଅନେକ କାରଣରୁ ଦୀର୍ଘ ଦିନରୁ କୋସଲ ରାଜ୍ୟ ଗଠନର ଜନ୍ମ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଠାରେ କେୱାଇସିସି ପଦ୍ମପୁର ଜିଲ୍ଲା ସଭାପତି, ଚାଷୀ ନେତା ତଥା ଆବାହକ ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ସାହୁ କଲ୍ୟାଣ ମଣ୍ଡପ କଲଙ୍ଗାପାଲିଠାରେ କୋସଲ ପ୍ରେମୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋସଲ ମୁକ୍ତି ମୋର୍ଚା ଡାକରା ଦେଇଥିବା ଜୁଲାଇ ୫ ତାରିଖ ବିଧାନ ସଭା ଘେରାଓରେ ପୂଣ୍ଣ ସହମତ ସହ ଶତାଧିକ କୋସଲ ପ୍ରେମୀ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । କୋସଲ ମୁକ୍ତି ମୋର୍ଚା ଗାଇସିଲେଟ ବ୍ଲକର ଏକ କମିଟି ଗଠନ କରାଯାଇଥିଲା ଉପଦେଷ୍ଟା କମିଟିରେ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ମହେଶ ପ୍ରସାଦ ଦାଶ୍, ପ୍ରସନ୍ନ କୁମ୍ଭାର, ସହଦେବ ନନ୍ଦ, ଆନନ୍ଦ ପଧାନ, ସଭାପତି ଗଜପତି ସାହୁ, ସହ ସଭାପତି ପୁରୁଷୋତ୍ତମ ସାହୁ, ସମ୍ପାଦକ ପ୍ରଦୀପ ସାହୁ, ସହ ସମ୍ପାଦକ ରତିକାନ୍ତ ପଧାନ, କୋଷାଧ୍ୟକ୍ଷ ସୁଜିତ ପାତ୍ର, ଆଇଟି ସେଲ ସଭାପତି ରବି ସାହୁ, ବିରେନ୍ଦ୍ର ସାହୁ, ଛବିଲାଲ ସାହୁ, ସୁରେଶ ଜୁଆଡି, ହରିଷ କୁମାର ସାହୁ, ବିଶ୍ୱନାଥ ସାହୁଙ୍କୁ ସର୍ବ ସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରାଗଲା । ଏହି ବୈଠକରେ ଅନେକ କୋସଲ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen − eleven =