jsm

ଆନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିୟନ ସିଆରପିଏଫ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନଶା ମୁକ୍ତି ଦିବସ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଛି ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତଙ୍କୁ ନିଶା ନିବାରଣ ପାଇଁ ସନ୍ଦେସ ଦିଆଯାଇଛି । ଏହି ଅବସରରେ ପୂୂର୍ବତନ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ ମୁଖ୍ୟ ଅତିଥି କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ତଥା ତାଙ୍କ ପତ୍ନୀ ଶ୍ରୀମତୀ ଶ୍ୱେତା ତିୱାରୀଙ୍କ ସ୍ୱାଗତରେ ଏକ ସଂକ୍ଷିପ୍ତ ଭାଷଣ ଦେଇଥିଲେ ଏବଂ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଲନା ମଧ୍ୟ କରିଥିଲେ । ୱାର୍ଡ ନଂ ୨ର କାଉନ୍‌ସିଲର ସୁଶ୍ରୀ ସରିତା ଦାସ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଆନ୍ତର୍ଜାତୀୟ ନିଶା ନିବାରଣର ମହତ୍ୱ ବୁଝାଇ ନଶା ମୁକ୍ତି ଅଭିଯାନ ପ୍ରତି ସମସ୍ତଙ୍କୁ ସଚେତନା ହେବା ପାଇଁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ଆର୍ନ୍ତଜାତୀୟ ନିଶା ନିବାରଣ ଦିବସ ଉପରେ ନିଜ ନିଜ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜେଏସ୍‌ଏମ୍‌ ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀକାନ୍ତ ର୍ଶମା ତଥା ସାମାଜିକ ସଂଗଠନ ସଂଜୀବନୀର ଏଡ୍‌ଭୋକେଟ୍‌ ସୁମିତ ଭାରଦ୍ୱାଜ, ସିଆରପିଏଫ ଅଧିକାରୀ ଡାକ୍ତର ବିନୋଦ ଟଣ୍ଡନ ଏବଂ ଉପକମାଣ୍ଡେଣ୍ଟ ସେୟଦ ମୁଜୀବ ଅଲୀ, ଏସ୍‌ଏସ୍‌ ବଳରାମ ପାତ୍ର ତଥା ଅନ୍ୟ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.