pakka

ମିହିର ଦାସଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବା ସହ କଟକ ସହରର ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରାଯାଉ ବୋଲି କହିଲେ ଅଭିନେତା ଶ୍ରୀତମ ଦାସ

bbehera

ଭୁବନେଶ୍ୱର : ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଚର୍ଚ୍ଚିତ କଳାକାର ମିହିର ଦାସଙ୍କ ପରଲୋକ ପରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ଦିଆଯିବା ସହ କଟକ ସହରର ଏକ ରାସ୍ତାକୁ ତାଙ୍କ ନାଁ’ ରେ ନାମିତ କରାଯାଉ ବୋଲି କହିଲେ ଅଭିନେତା ଶ୍ରୀତମ ଦାସ । ବୁଧବାର ମିହିର ଦାସଙ୍କ ଶେଷକୃତ୍ୟ ସମୟରେ ଏପରି କିଛି କଥା କହିଛନ୍ତି ତାଙ୍କ ସାଥୀ ଅଭିନେତା ଶ୍ରୀତମ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀତମ କହିଛନ୍ତି, ଗତକାଲି ମିହିରଙ୍କ ଦେହାନ୍ତ ପରେ କେନ୍ଦ୍ରମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ ଶୋକପ୍ରକାଶ କରିଛନ୍ତି । ମିହିର ଏମିତି ଜଣେ କଳାକାର ଥିଲେ, ଯାହାଙ୍କୁ ସମସ୍ତେ ମନେ ରଖିବେ । ସେ ଜଣେ ଭଲ ମଣିଷ ଥିଲେ । ତେବେ ତାଙ୍କ ସମ୍ମାନରେ ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଉ । ତା’ ସହିତ କଟକ ସହରର ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ଶ୍ରୀତମ କହିଛନ୍ତି ।

Leave A Reply

Your email address will not be published.

two × two =