ମୟୂର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ଗ୍ରମବାସୀ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ପୋଡାପଦର ଗ୍ରାମର କିଛି ବ୍ୟକ୍ତି ବିଲରୁ ଏକ ମୟୂର ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରି ମାନବିକତାର ପରିଚୟ ଦେଇଛନ୍ତି । ସୂଚନା ପ୍ରକାରେ ବୁଧବାର ସକାଳୁ ଉମା ଚୌହାନ ନାମକ କଣେ ମହିଳା ଟୋଲ ସଂଗ୍ରହ ପାଇଁ ବିଳକୁ ଯାଇଥିବା ବେଳେ ଏକ ମୟୂର ଦେଖିବାକୁ ପାଇ ନିକଟ ଏକ ନାଳକୁ ଶୌଚ ପାଇଁ ଯାଇଥିବା ଲୋକଙ୍କୁ ଖବର ଦେଇଥିଲେ । ଘଣ୍ଟେଶ୍ବର ନାଏକ, ବଳରାମ ସାହୁ, କୃଷ୍ଣ ଚୌହାନ, ରବିନ୍ଦ୍ର ନାଏକ ଓ ପ୍ରଶାନ୍ତ ନାଏକ ଉକ୍ତ ମୟୂରକୁ ଉଦ୍ଧାର କରି ଘରକୁ ଆଣିବା ସହ ବନ ବିଭାଗକୁ ଖବର ଦେଇଥିଲେ । କଣ୍ଟାମାଳ ରେଞ୍ଜ ଅଧିକାରୀ କ୍ଷୀରାବ୍ଧି ପ୍ରଧାନଙ୍କ ନିର୍ଦ୍ଦେଶରେ ବନ ବିଭାଗର କିଛି କର୍ମଚାରୀ ପୋଡାପଦର ଗ୍ରାମକୁ ଆସି ମୟୂରକୁ ନେଇଥିଲେ । ତେବେ ମୟୂରଟି ନିକଟ ସୁନାଦେଇ ପାହାଡରୁ ଆସିଥିବା ଅନୁମାନ କରାଯାଏ ବୋଲି ଘଣ୍ଟାପଡା ବନରକ୍ଷୀ ପ୍ରଶାନ୍ତ ବାରିକ କହିଛନ୍ତି । ମୟୂର ପକ୍ଷୀଟି ଦୁର୍ବଳ ଅଛି, ତାକୁ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଚିକିତ୍ସା କରାଯାଇ ସଂରକ୍ଷିତ ଜଙ୍ଗଲ କିମ୍ବା ନନ୍ଦନକାନନକୁ ପଠାଇବାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନ ।

Leave A Reply

Your email address will not be published.

7 + three =