csstore

ଗୁଡ଼୍‌ ନିଉଜ୍‌ ହେଲ୍‌ଥ୍‌ କେୟାର୍‌ ସର୍ଭିସେସ୍‌ ପକ୍ଷରୁ ଅକ୍ସିଜେନ୍‌ ବ୍ୟାଙ୍କ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡ଼୍‌ ନିଉଜ୍‌ ଓ ଏଫ୍‌ଏଚ୍‌ଡ଼ି ଇଣ୍ଡିଆ ପକ୍ଷରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟରେ ଦାସ କମ୍‌ପ୍ଲେକ୍ସରେ ଏକ ଅକ୍ସିଜେନ୍‌ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ଓ ବଲାଙ୍ଗିର ସିଭିଲ୍‌ ସୋସାଇଟିର ସଭାପତି ନୀଳମଣି ମିଶ୍ର ମିଳିତ ଭାବେ ଏହି ଅକ୍ସିଜେନ୍‌ ବ୍ୟାଙ୍କର ଉଦ୍‌ଘାଟନ କରିଥିଲେ । କରୋନା ଯୋଗୁଁ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଲାଭଦାୟକ ହେବ ବୋଲି ଆଶା କରାଯାଉଛି । ଆବଶ୍ୟକ ଥିବା ବ୍ୟକ୍ତିଙ୍କ ନିକଟରେ ଅକ୍ସିଜେନ ସିଲିଣ୍ଡର ଅବା ଅକ୍ସିଜେନ କନ୍‌ସଣ୍ଡଟ୍ରେଟର୍‌ ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏଫ୍‌ଏଚ୍‌ଡ଼ି ଓ ଗୁଡ଼୍‌ ନିଉଜ୍‌ ହେଲ୍‌ଥ୍‌ କେୟାର୍‌ ସର୍ଭିସେସ୍‌ର ନିର୍ଦ୍ଦେଶକ ବିଲହନ ସାଗର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଧର୍ମାଂଚଳର କୋଷାଧ୍ୟକ୍ଷ ପ୍ରମୋଦ କୁମାର ବାରିକ ସମ୍ମାନିତ ଅତିଥି ଓ ଆଚାର୍ଯ୍ୟ ଶୁଭାକର ନନ୍ଦ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିରାଜ ନାଗ, ଅନୁସରଣ ଛତ୍ରିଆ, ସରୋଜ କୁମାର ଛତ୍ରିଆ, ଡ.ନିହାର ରଂଜନ ପଟ୍ଟନାୟକ, ହିମାଂଶୁ ଶେଖର ନାଗ, ଅନୁଗ୍ରହ ନନ୍ଦ, ବିଭୁଦତ୍ତ ନନ୍ଦ, ନୀରଦ ନାଗ, ସଂଜୀବ ନନ୍ଦ, ଶ୍ରୀମତୀ ବନାନୀ ଚୌହାନ, ଆଦମ ଇସ୍ମାଏଲ୍‌, ମାନସ ରଂଜନ କୁମାର, ଦାନିଏଲ ନାଗ, ନିମୁଏଲ ବାରିକ ଓ ପୂର୍ବତନ କାଉନ୍‌ସିଲର ନିଥନିଏଲ୍‌ ଛତ୍ରିଆ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.