jsm

ଦୁଧାରି ମାଉଳି ମନ୍ଦିର ଠାରେ ୨୭ତମ କୋରାପୁଟ ପର୍ବ ଆରମ୍ଭ ହେବ

csstore

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଦୁଧାରି ଗ୍ରାମ ପଂଚାୟତର ୨୦୦ ବର୍ଷର ଅଧିକ ପୁରାତନ ମାଉଳି ମନ୍ଦିର ଠାରେ ଜିଲ୍ଲାସ୍ତରୀୟ ଆଦିବାସୀ କଳା, ସାଂସ୍କୃତିକ ୨୭ତମ କୋରାପୁଟ ପର୍ବର ଶୁଭାରମ୍ଭ କରାଯାଇଛି । ଜିଲ୍ଲାସ୍ତରୀୟ ବୈଠକରେ, ଜିଲ୍ଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧି ଓ ସାମ୍ବାଦିକଙ୍କ ଉପସ୍ଥିତିରେ ପର୍ବ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟର ସି.ଡି.ଓ, ସେମିଲିଗୁଡାର ଉପଜିଲ୍ଲାପାଳ, ସୁନାବେଡାର ବି.ଡି.ଓ, ସେମିଲିଗୁଡାର ଏସ୍‌.ଡି.ପି.ଓ ଅତିରିକ୍ତ ସେମିଲିଗୁଡାର ଆଇ.ଆଇ.ସି, ସମିତି ମେମ୍ବର, ସରପଞ୍ଚ, ସହ ବୁଦ୍ଧିଜୀବୀ ଏବଂ ଗ୍ରାମବାସୀଙ୍କ ସହମତରେ ଏହି ପୀଠକୁ ପରିଦର୍ଶନ କରି ଗାଡି ପାର୍କିଙ୍ଗ, ଭଜନ ପଡିଆ, ସଭାମଞ୍ଚକୁ ନେଇ ଆଦି ସ୍ଥାନ ଚିହ୍ନଟ କରାଯାଇଛି ।

yuvodaya
Leave A Reply

Your email address will not be published.