pakka

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା : ୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ

bbehera

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ଅଫ୍‌ଲାଇନ୍‌ ପରୀକ୍ଷା । ଚଳିତବର୍ଷ କରୋନା ଯୋଗୁଁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲା । ତେବେ ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଫର୍ମପୂରଣ କରି ଅଫ୍ ଲାଇନ୍ ପରୀକ୍ଷା ପାଇଁ ୫୦୪ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ । ହାଇସ୍କୁଲ ସାର୍ଟିଫିକେଟରେ ୨୭୮ କେନ୍ଦ୍ରରେ ୬ହଜାର ୫୯୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେହିପରି ରାଜ୍ୟ ଓପନ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୨୨୨ କେନ୍ଦ୍ରରେ ୮ହଜାର ୪୯୩ଜଣ, ମଧ୍ୟମାରେ ୪ଟି କେନ୍ଦ୍ରରେ ୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ କେବଳ ବ୍ଲକ୍ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଥିବା ପ୍ରମୁଖ ବିଦ୍ୟାଳୟଗୁଡ଼ିକୁ ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ଦିନ ୧୦ଟାରୁ ଆରମ୍ଭ ହୋଇ ୧୨ଟା ଯାଏ ଚାଲିବ । ତେବେ ଛାତ୍ରଛାତ୍ରୀ ସକାଳ ୯ଟା ୧୫ ମିନିଟ୍‌ରୁ ସେଣ୍ଟରରେ ପ୍ରବେଶ କରିବେ । କୋଭିଡ୍ କଟକଣାରେ ପରୀକ୍ଷା ଆୟୋଜନ କରାଯାଇଛି ।

Leave A Reply

Your email address will not be published.

15 − 4 =