ମୀରାବାଇ ଚାନୁଙ୍କୁ ତାଙ୍କ ପ୍ରିୟ ହିରୋ ସଲମାନ ଖାନ ଜଣାଇଲେ ବିଜୟ ପାଇଁ ଅଭିନନ୍ଦନ : କହିଲେ, ଆପଣ ତ’ ପ୍ରକୃତ ଦବଙ୍ଗ ବାହାରିଲେ …

ମୁମ୍ବାଇ : ଜାତୀୟ ଭାରୋତ୍ତୋଳନକାରୀ ସାଇଖୋମ ମୀରାବାଇ ଚାନୁ ୨୦୨୦ ଗ୍ରୀଷ୍ମ ଅଲିମ୍ପିକ୍ସର ପ୍ରଥମ ଦିନରେ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି । ଟୋକିଓରେ ଅନୁଷ୍ଠିତ ମେଗା-ସ୍ପୋର୍ଟସ ଫେଷ୍ଟରେ ଭାରତର ପଦକ ଖାତା ଖୋଲି ୨୬ ବର୍ଷୀୟା ମହିଳା ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ୱରେ କରୋନା ଭୂତାଣୁର ସଂକ୍ରମଣ ହେତୁ ଏହି କାର୍ୟ୍ୟକ୍ରମ ଗତ ବର୍ଷ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା ।

ଟ୍ୱିଟରରେ ମୀରବାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇ ସଲମାନ ଖାନ ଲେଖିଛନ୍ତି, “ଆଜି ଦେଶର ସୁପରଷ୍ଟାର ହୋଇଥିବାରୁ ମୀରାବାଇ ଚାନୁଙ୍କୁ ଅଭିନନ୍ଦନ ! ଆପଣ ଆମକୁ ଗର୍ବିତ କରିଛନ୍ତି । ଆପଣ ତ’ ପ୍ରକୃତ ଦବଙ୍ଗ ବାହାରିଲେ … ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ସେଲିବ୍ରିଟି ଚାନୁଙ୍କ ପଦକ ଜିତିବା ଉତ୍ସବ ପାଳନ କରିଥିବା ବେଳେ ପ୍ରିୟ ଷ୍ଟାରଙ୍କ ପୋଷ୍ଟକୁ ସ୍ୱତନ୍ତ୍ର ଭାବେ ଗ୍ରହଣ କରିଛନ୍ତି ଚାନୁ । ତାଙ୍କର ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କର ପ୍ରିୟ ଅଭିନେତା ବିଷୟରେ ପଚରାଗଲା, ଚାନୁ ସଲମାନଙ୍କ ନାମ ନେଇ କହିଥିଲେ, ମୁଁ ସଲମାନ ଖାନଙ୍କୁ ବହୁତ ପସନ୍ଦ କରେ । ତାଙ୍କ ଶରୀର ଗଠନ ମୋ ବେଶୀ ପସନ୍ଦ ।

Leave A Reply

Your email address will not be published.

twelve − 6 =