csstore

ମାଟି କନ୍ୟା ସମ୍ମାନ ପାଇଲେ କବୀ ବନଶ୍ରୀ ଦାଶ

ମ.ରାମପୁର, (ହେମନ୍ତ ସାହୁ) : ମାଟିର ସ୍ୱର ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ମୁଠି ଚାଉଳ ମହୋତ୍ସବ ଦଶପଲ୍ଲାଠାରେ ମାଟି କନ୍ୟା ସମ୍ମାନ ପାଇଲେ କଳାହାଣ୍ଡିର କବୟିତ୍ରୀ ବନଶ୍ରୀ ଦାଶ । ଆୟୋଜିତ ଉତ୍ସବରେ ଉଦ୍‌ଘାଟିକା ପଦ୍ମଶ୍ରୀ ସାବର୍ ମତି ଏହି ସମ୍ମାନ ପ୍ରଦାନ କରିଥିବା ବେଳେ ଡ. ସରୋଜ ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସର୍ବୋଦୟ ନେତା ବିନୋଦ ମହାନ୍ତି, ମୁଖ୍ୟବକ୍ତା ଡ. ମଦନ ମୋହନ ପ୍ରଧାନ, ବରେଣ୍ୟ ବକ୍ତା ଡ. ବାସନ୍ତୀ ମହାନ୍ତି, ସମ୍ମାନିତ ଅତିଥି ନିରାକାର୍ ଦାଶ, ନେଦରଲାଣ୍ଡର ଲେଖିକା ଜେଶିଦା ମେଡମ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମ୍ମାନ ପାଇବା ପରେ କବିୟିତ୍ରୀ ବନଶ୍ରୀ ଦାଶଙ୍କୁ ବିଭିନ୍ନ ମହଲରୁ କବି ଓ ସାହିତ୍ୟ ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.