csstore

ଯାଦବ ବୁଦ୍ଧିଜୀବୀ ମଂଚ ଦ୍ୱାରା ଶରତ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କଂଟାବାଂଜି, (ଗୁରୁଦୟାଲ ହଂସ) : ମଣ୍ଡଳ କମିଶନର ପ୍ରଣେତା, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଶରତ ଯାଦବଙ୍କ ବିୟୋଗରେ ଯାଦବ ବୁଦ୍ଧିଜୀବୀ ମଂଚଦ୍ୱାରା ଗୁରୁବାର ସଂଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବରିଷ୍ଠ ଯାଦବ କର୍ମୀ ଘନଶ୍ୟାମ ଗହିରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯାଦବ ବୁଦ୍ଧିଜୀବୀ ମଂଚର ସଭାପତି ଧର୍ମାନନ୍ଦ ଯୁଏଡ, ସଂପାଦକ ହୃଷିକେଶ ବାଗ, ନଗର ସଭାପତି ବେଦବ୍ୟାସ ନାଗ, ବରିଷ୍ଠ ସମାଜସେବୀ କୈଲାଶ ହାତୀ, ଦେବରାଜ ୟାଦବ, ଚଂଚଲ ବଗର୍ତ୍ତୀ, ନନ୍ଦଲାଲ ନାଗ, ଦୀପକ ସେଲମା, ଚୈତନ୍ୟ ହଂସ ସହ ଅନ୍ୟ ଯାଦବ କର୍ମୀ ଉପସ୍ଥିତ ଥିଲେ । ଏହି ସଭାରେ ନିକଟରେ ଲୋଇସିଂହାଠାରେ ଏକ ଦୁର୍ଘଟଣାରେ ସ୍ଥାନୀୟ ଯାଦବ କର୍ମୀ କପୁରଚନ୍ଦ୍‌ ପୁଂଜିଙ୍କ ଅକାଳ ବିୟୋଗ ହେତୁ ତାଙ୍କ ଆତ୍ମାର ସଦଗତି ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ଖବରଦାତା ଗୁରୁଦୟାଲ ହଂସ ପରିଚାଳନା କରିଥିଲେ । ପରିଶେଷରେ ହରିହର ବାଗ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.