csstore

ମିଡିଆ କ୍ଲବ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିଡିଆ କ୍ଲବ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବର ଉପସଭାପତି ନିରଞ୍ଜନ ଦାସ ଓ ସଂପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱରେ ଚ୍ୟାମ୍ବର ଅଫ୍ କମର୍ସର ସଭାପତି ସୁବ୍ରତ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୁମାର ବେହେରା, ଜଟାଧାରୀ ମାଝୀ, ନରେଶ ଆର୍ଯ୍ୟ, ଡଃ ସୁମନ ଦତ୍ତ, ଡଃ ସୁବାସ ଲେଙ୍କା, ସୁନିଲ୍ କୟାଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ରାଉତ, ଅକ୍ଷୟ ଧଳ, ଦିଲ୍ଲୀପ ଶର୍ମା, ଚିତ୍ତରଞ୍ଜନ ବ୍ରହ୍ମା, ଡଲିରାଣୀ ବ୍ରହ୍ମା, ରବିନ୍ଦ୍ର ଦ୍ବିବେଦୀ, କୁନିଆ ବାରିକ, ଅମର ବର୍ମା, ଅମିତ କୁମାର ବାଙ୍କା, ମନୋଜ ଅଗ୍ରୱାଲ, ପ୍ରମୋଦ ନାତୁଲ୍ୟ, ମୀରା ଦାସ, ସନ୍ତୋଷ ଅଗ୍ରୱାଲ, ସୁନିଲ୍ ପଟ୍ଟନାୟକ, ଦିବ୍ୟାଂଶୁ ମହାନ୍ତି, ସରୋଜା ପଟ୍ଟନାୟକ, ଅନିମେଶ ପଟ୍ଟନାୟକ, ଅନିକେତ ପଟ୍ଟନାୟକ, ରଶ୍ମିରେଖା ଧଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.