csstore

ଫଟାବାହାଲରୁ ଫାସଡ ରାସ୍ତା ପାଲଟିଛି ମରଣଯନ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର କୁଶମେଲ ଗ୍ରାମ ପଞ୍ଚାୟତର ଫଟାବାହାଲ ଗ୍ରାମର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆଠମାସ ହେଲା ପଡିରହିଛି ଗେଟି ଉପୁଡା ରାସ୍ତା । ଫଟାବାହାଲ ମହାପାତ୍ରପଡାରୁ ଫାସଡକୁ ଯାଇଥିବା ରାସ୍ତା ଏବେ ପାଲଟିଛି ମରଣଯନ୍ତା । ପ୍ରାୟ ଦୁଇ କିଲୋମିଟର ରାସ୍ତାରେ ଗେଟି ଉପୁଡି ଅବଡା ଖବଡା ହୋଇଥିବା ବେଳେ ରାସ୍ତାର ଦୁଇପାର୍ଶ୍ବରେ ଗାଡ୍‌ୱାଲ ହେଲା ପରେ ମାଟି ଭରାଯାଇ ନଥିବା ବେଳେ ବଡ ବଡ ଖାଲରେ ଲୋକେ ପଡିଯାଉଥିବାର ଅଭିଯୋଗ ହେଉଛି ଏବଂ ଏହି ରାସ୍ତାଦେଇ ପ୍ରତିଦିନ ଶହ ଶହ ଯାନବାହାନ ଯାଉଥିବା ବେଳେ ହାଇୱା ଗାଡି ବହୁ ସଂଖ୍ୟାରେ ଯାଉଥିବାରୁ ପାଖରେ ଥିବା ଘରଗୁଡିକରେ ଧୂଳି ଭର୍ତ୍ତି ହେଉଥିବାର ନଜିର ରହିଛି । ଆଗକୁ ଏହି ରାସ୍ତାର ମରାମତି କଲେ ଆମେ ଉପକୃତ ହେବୁ ବୋଲି ଅଞ୍ଚଳବାସୀ କହିଛନ୍ତି ।

jayashree
Leave A Reply

Your email address will not be published.