jayashree

ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଷୁଡ଼ିଲା : ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ଗୁଗୁରୁମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିମିଣ୍ଡାମାହାରେ ଲଗାଣ ବର୍ଷା ଯୋଗୁଁ ପ୍ରାଥମିକ ବିଦ୍ୟାଳୟର ବାରଣ୍ଡାର ଛାତ ଭୁଷୁଡ଼ି ପଡ଼ିଛି । ଫଳରେ ବିଦ୍ୟାଳୟରେ ପାଠପଢ଼ା ଅସୁବିଧା ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ବାରଣ୍ଡାର ଛାତ ଭୁଷୁଡ଼ି ପଡ଼ିବା ପରେ ବିଦ୍ୟାଳୟରେ ଆବଶ୍ୟକ ସ୍ଥାନ ଅଭାବରୁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ପିଲାମାନେ କେଉଁ ସ୍ଥାନରେ ନିରାପଦରେ ପାଠ ପଢ଼ିବେ, ତାହା ନେଇ ଚିନ୍ତାର କାରଣ ପାଲଟିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମଶେଷ କାର୍ଜିମାଝୀ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି କହିଛନ୍ତି । ବିଦ୍ୟାଳୟର ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ଛାତ୍ରଛାତ୍ରୀଙ୍କ ହିତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁଷୁଡ଼ି ପଡ଼ିଥିବା ବାରଣ୍ଡା ଛାତର ତୁରନ୍ତ ମରାମତି ସହ ଆବଶ୍ୟକ ବିକଳ୍ପ ବ୍ୟବସ୍ଥା କରିବାକୁ ସରପଞ୍ଚ ଓ ପ୍ରଶାସନଙ୍କ ନିକଟରେ ଅନୁରୋଧ କରିଛନ୍ତି ତତ୍ସହିତ ଦୁର୍ବଳ ହୋଇରହିଥିବା ଶ୍ରେଣୀ ଗୃହ ଗୁଡ଼ିକ ମଧ୍ୟ ପୁନରୁଦ୍ଧାର କରାଯାଉ ବୋଲି ସରପଞ୍ଚଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.