pakka

ବହୁ ଦିନର ନିରବତା ପରେ ମାଓବାଦୀ ମାରିଲେ ଦୁଇଟି ମାଓ ବେନର

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବେନର ଲାଲ ରଙ୍ଗର କପଡାରେ ଧଳା ଅକ୍ଷରରେ ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇ ଶନିବାର ମଧ୍ୟରାତ୍ରରେ ମରାଯାଇଥିବା ଦେଖିବାକୁ ମିଳିଛି । ରବିବାର ଦିନ ଘୁନୁସର ବଜାର ହୋଇଥିବା ବେଳେ ବଜାରକୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବେନର ଦେଖିବାକୁ ପାଇଥିଲେ । ମରାଯାଇଥିବା ବେନରରେ ଓଡ଼ିଆ ଭାଷାରେ ପୁଲିସ ଦମନ ବିରୋଧରେ ମେ’ ୨୦ ତାରିଖ ଏକ ଦିନ ଓଡିଶା ରାଜ୍ୟ ବନ୍ଦ ସଫଳ କରନ୍ତୁ । ଗଲା ଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଳି ବର୍ଷଣରେ ୨୦ ଜଣ ବିପ୍ଲବୀଙ୍କୁ ହତ୍ୟା କରିବାରେ ରାଜ୍ୟବନ୍ଦକୁ ସଫଳ କରନ୍ତୁ । ରାଜନୀତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧକୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି ହିନ୍ଦୁତ୍ଵ, ଫାସିବାଦ ସରକାର ଦ୍ଵାରା ଚଲାଯାଉଥିବା ଦମନ ଅଭିଯାନ ବିରୋଧ କରନ୍ତୁ । କସେଡ ରବିନ୍ଦ, କସେଡ ରୋହିତ ଆମର ରହେ । ଲେଖା ହେବା ସହ ତଳେ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ’ ୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ପହଞ୍ଚି ଦୁଇ ମାଓବାଦୀ ବେନର ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

one × 4 =