pakka

ବୈଶାଖ ମେଳାରେ କୁଲତା ଯୁବ ସଂଗଠନ ପକ୍ଷରୁ ଅନ୍ନଛତ୍ର ଓ ଜଳଛତ୍ର ଆୟୋଜିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହେଉଛି ଶ୍ରୀ ଶ୍ରୀ ନୃସିଂହନାଥ । ଏଠାରେ କେଉଁ ଆବହମାନ କାଳରୁ ପୂଜା ପାଉଛନ୍ତି ପ୍ରଭୁ ମାର୍ଜାର କେଶରୀ । ଏହି ମନ୍ଦିର ଗନ୍ଧମାର୍ଦ୍ଦନ ପାଦ ଦେଶରେ ଅବସ୍ଥିତ । କୁଲୁ କୁଲୁ ନାଦରେ ଅବିରତ ବହି ଚାଲିଛି ନିର୍ମଳ ସୁଶୀତଳ ମନୋହର ଝରଣା ଟିଏ । ପର୍ବତ ଶିଖରରୁ ଝରି ଆସୁଥିବା ଏହି ଝରଣା କେତେ ଯେ ସୁନ୍ଦର ନା ଦେଖିଲେ ଜାଣି ହେବ ନାହିଁ । ପ୍ରତି ବର୍ଷ ବୈଶାଖ ମାସ ଚତୁର୍ଦଶୀ ତିଥିରେ ପଡେ ନୃସିଂହନାଥଙ୍କ ଜନ୍ମଦିନ । ଏହି ଅବସରରେ ଏଠାରେ ୫ ଦିନ ବ୍ୟାପୀ ବୈଶାଖ ମେଳା ବସିଛି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏକତ୍ରିତ ହୋଇଛନ୍ତି ପ୍ରଭୁଙ୍କ ଦର୍ଶନ ପାଇଁ । ନୃସିଂହନାଥ ନିକଟରେ ଆଉ ଏକ ପ୍ରସିଦ୍ଧ ମନ୍ଦିରରେ ମାଆ ରଣେଶ୍ୱର ରାମଚଣ୍ଡୀ ପୂଜା ପାଆନ୍ତି । ଏହି ଅବସରରେ ପାଇକମାଲ କୁଲତା ଯୁବ ସଂଗଠନ ଆଗେଇ ଆସିଛି ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ଓ ଜଳଛତ୍ର ବଣ୍ଟନ ପାଇଁ । ଯୁବକ ମାନେ ଆଜି ପ୍ରାୟ ୧୦ ହଜାର ଭକ୍ତଙ୍କୁ ଅନ୍ନ ବଣ୍ଟନ କରିଥିଲେ । ଭକ୍ତ ମାନେ ପ୍ରସାଦ ଖାଇ, ମାଆ ରଣେଶ୍ୱର ରାମଚଣ୍ଡୀଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏଥିରେ ବାବା ବିଶାଶହେ କୁଳ କୁଲିତା ସମାଜ ଯୁବ ସଂଗଠନ ସଭାପତି ଡା ବୁଲୁ ବାରିକ, ସଂପାଦକ ଭୁବନେଶ୍ବର ସା, ବିଜୟ ପ୍ରଧାନ, କୋଷାଧ୍ୟକ୍ଷ କେଶବ ସାହୁ, ଯୋଗେନ୍ଦ୍ର ଭୋଇ, ସତ୍ୟମ ପ୍ରଧାନ, ଟିକେଲାଲ ସାହୁ, ଚିତ୍ତରଞ୍ଜନ ପ୍ରଧାନ, ଦିବାକର ଗଡତିଆ, ଶୁକଦେବ ପ୍ରଧାନ, ଡୁଲାମଣି ବଢେଇ, କୁର୍ମ ବିଶ୍ବାଳ, ଇନ୍ଦ୍ରଜିତ ଭୋଇ, ରୋହିତ ବାରିକ, ଅଶୋକ ପ୍ରଧାନ, ପ୍ରଭାତ ବିଶ୍ଵାଳଙ୍କ ସମେତ ସମାଜର ବିଭିନ୍ନ କେନ୍ଦ୍ରର ସଭାପତି, ସଂପାଦକ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Leave A Reply

Your email address will not be published.

fifteen + 19 =