ଦୁରୁଆ ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ

ବୈପାରୀଗୁଡା : ଦୀର୍ଘ ବର୍ଷର ସଂଘର୍ଷ ଓ ଆନ୍ଦୋଳନ ପରେ ଆଦିବାସୀ ମାନ୍ୟତା ପାଇଲେ ଦୁରୁଆ ଜନଜାତି । ଏଥିପାଇଁ କୋରାପୁଟ ଜିଲ୍ଲା ବୈପାରୀଗୁଡାର ସରିଷପଦରଠାରେ ଦୁରୁଆ ସମ୍ପ୍ରଦାୟ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ପାରମ୍ପରିକ ବାଜା ସହ ଚାଲିଛି ଗୀତ ନାଚ । ବିଗତ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଏମାନେ ଲଢେଇ କରିଥିଲେ । ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ଦେଖିବାକୁ ମିଳିଥିଲା । ଏମାନଙ୍କୁ ନେଇ ରାଜନୀତି ମଧ୍ୟ କୋରାପୁଟରେ ବେଶ ସରଗରମ ହୋଇଥିଲା । ଏମାନଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଦାବି କରିଥିଲେ । ଦୁରୁଆ ସମ୍ପ୍ରଦାୟ ମଧ୍ୟ ବିଭିନ୍ନ ସ୍ଥାନରେ ଧାରଣାରେ ବସିଥିଲେ । ଆଦିବାସୀ ମାନ୍ୟତା ନ ମିଳିଥିବାରୁ ଏମାନଙ୍କ ପିଲାଙ୍କ ପାଠ ପଢ଼ାରେ ଅସୁବିଧା ହେଉଥିଲା । ଶେଷରେ କେନ୍ଦ୍ର ସରାକାର ଏମାନଙ୍କ କଥା ଶୁଣିଲେ । ଦୁରୁଆ ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନ କରାଗଲା ।

Leave A Reply

Your email address will not be published.

nine + nine =