ଅମାନିଆଙ୍କ ଠାରୁ ପୁଲିସ ଆଦାୟ କରୁଛି ଫାଇନ୍‌, ତଥାପି ମାନୁ ନାହାନ୍ତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀକୁ ନେଇ ଲୋକେ ଭୟଭୀତ ଅଛନ୍ତି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗାଁ ଗାଁରେ କରୋନା ପାଇଁ ହଇଚଇ ସୃଷ୍ଟି ହେଉଛି । ଗାଁ ଗାଁରେ ବ୍ୟାପୁଛି ମହାମାରୀ । ଅନେକ ଲୋକେ କରୋନା ସଂକ୍ରମଣ ଯୋଗୁଁ ପ୍ରତ୍ୟହ ମୃତ୍ୟୁବରଣ କରୁଛନ୍ତି, ହେଲେ ଲୋକଙ୍କ ପାଖରେ ତଥାପି ସଚେତନତାର ଅଭାବ ରହିଛି । ପ୍ରଶାସନ ପକ୍ଷରୁ ବିନା କାରଣରେ ଲକ୍‌ ଡ଼ାଉନ୍‌ ବେଳେ ଯାତାୟାତ କରୁଥିବା ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ ହେଉଥିଲେ ବି ଅମାନିଆଙ୍‌ଙ୍କୁ ଫରକ୍‌ ପଡ଼ୁନି । ସଇଁନ୍ତଲା ଥାନା ଅଞ୍ଚଳରେ ଥାନା ଅଧିକାରୀ ସଂଗ୍ରାମ ପଟନାୟକଙ୍କ ନେତୃତ୍ୱରେ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ବିଭିନ୍ନ ମଦ ବିକ୍ରି କରୁଥିବା ମଦ କୁଚିଆ ଲୋକଙ୍କ ଘରକୁ ଯାଇ ମଧ୍ୟ ଚଢ଼ାଉ ଜାରି ରଖିଛନ୍ତି । ତେବେ ଏଭଳି ଘଡିସନ୍ଦି ମୁହୂର୍ତ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ମଧ୍ୟ ଜାରି ରହିଛି । ତଥାପି ଲୋକେ ସଚେତନ ନ ହେବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି ।

Leave A Reply

Your email address will not be published.

twenty − five =

error: Content is protected !!